ଓଡିଶା

odisha

ETV Bharat / state

ଜୋରନ୍ଦା ମାଘ ମେଳାର ଦ୍ବିତୀୟ ସନ୍ଧ୍ୟା, ଜଳିଲା ଝାଡ ଦୀପ

ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାର ଦ୍ବିତୀୟ ସଂନ୍ଧ୍ୟାରେ ଜଳିଲା ଝାଡ ଦୀପ । ଚଳିତ ବର୍ଷ ସୀମିତ ସଂଖ୍ୟକ ମହିମା ସାଧୁଙ୍କୁ ନେଇ ରୀତିନୀତିରେ ମେଳା ପାଳିତ । ଅଧିକ ପଢନ୍ତୁ...

ଜୋରନ୍ଦା ମାଘ ମେଳାର ଦ୍ବିତୀୟ ସନ୍ଧ୍ୟା, ଜଳିଲା ଝାଡ ଦୀପ
ଜୋରନ୍ଦା ମାଘ ମେଳାର ଦ୍ବିତୀୟ ସନ୍ଧ୍ୟା, ଜଳିଲା ଝାଡ ଦୀପ

By

Published : Feb 26, 2021, 10:18 PM IST

ଢେଙ୍କାନାଳ: ଜିଲ୍ଲାରେ ଚଳିତ ବର୍ଷ କରୋନା କଟକଣା ଭିତରେ ପାଳିତ ହୋଇଛି ବିଶ୍ବ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ମାଘ ମେଳାର ଦ୍ବିତୀୟ ସନ୍ଧ୍ୟାରେ ପ୍ରଜ୍ଜ୍ବଳିତ ହୋଇଛି ଝାଡ ଦୀପ । ଚଳିତ ବର୍ଷ ସୀମିତ ସଂଖ୍ୟକ ମହିମା ସାଧୁଙ୍କୁ ନେଇ ରୀତିନୀତିରେ ମେଳା ପାଳିତ ହୋଇଛି । ଶୁକ୍ରାବର ପ୍ରାତଃହରୁ ମହିମା ସାଧୁମାନେ ରୀତିନିତୀ ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି । ମହିମା ସାଧୁମାନେ ଶିଷ୍ୟତ୍ବ ପ୍ରଦାନ କରିବା ସହ ତାଙ୍କ ଶିଷ୍ୟଙ୍କୁ କୌପୁନୀ ଓ ବକ୍କଳ ପରିଧାନ କରାଇଛନ୍ତି । ତେବେ କୋରନା ସଂକ୍ରମଣ ଆଶଙ୍କାରେ ଚଳିତ ବର୍ଷ ଜିଲ୍ଲା ବାହାର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ମହିମା ଗାଦୀକୁ ଆସିବାକୁ ବାରଣ କରାଯାଇଛି ।

ଜୋରନ୍ଦା ମାଘ ମେଳାର ଦ୍ବିତୀୟ ସନ୍ଧ୍ୟା, ଜଳିଲା ଝାଡ ଦୀପ

ମହିମା ଗାଦୀରେ ସାଧୁମାନଙ୍କ କୋଭିଡ ଟେଷ୍ଟ କରାଯାଇ ମୁଖ୍ୟ ଗାଦୀ ମନ୍ଦିରକୁ ଛଡ଼ାଯାଇଛି । ଚଳିତ ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁ ବିନା ମହିମା ଗାଦୀ ପରିସର ଖାଁ ଖାଁ ରହିଛି । ସନ୍ଧ୍ୟା ପରେ କିଛି ସ୍ଥାନୀୟ ଭକ୍ତଙ୍କର ସମାଗମ ହୋଇଛି । ତେବେ ପରମ୍ପରା ମୁତାବକ ସନ୍ଧ୍ୟା ପରଠାରୁ ମହିମା ସାଧୁ ମାନେ ଗାଦୀ ମନ୍ଦିର ଚାରି ଦ୍ୱାରରେ ଝାଡ଼ ଦୀପ ପ୍ରଜ୍ବଳନ କରିଛନ୍ତି । ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ମହିମା ସାଧୁମାନେ ଝାଡଦୀପରେ ମହଣ ମହଣ ଘୃତାହୁତି କରିଛନ୍ତି । ସାଧୁ ଓ ଭକ୍ତଙ୍କ ଅଲେଖ ମହିମା ଧ୍ୱନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଛି ।

ଏପଟେ ଜିଲ୍ଲା ବାହାର ଭକ୍ତଙ୍କୁ ମହିମା ଗାଦୀକୁ ଆସିବା ବାରଣ ଥିବାରୁ ମନ ଦୁଃଖରେ ଫେରୁଛନ୍ତି ଭକ୍ତ । ସମସ୍ତଙ୍କର ଗୋଟିଏ ପ୍ରାର୍ଥନା କରୋନା ମହାମାରୀ ଦୂରେଇ ଯାଉ । ଜଗତର ମଙ୍ଗଳ ହେଉ । ସେପଟେ ଭଲ ଦୁଇ ପଇସା ରୋଜଗାର ହେବ ଆଶାରେ ଥିବା ବ୍ୟବସାୟୀମାନେ ନିରାଶା ହୋଇଛନ୍ତି । କରୋନା କଟକଣା ଯୋଗୁଁ ବ୍ୟବସାୟ ମାନ୍ଦା ଥିବା ପ୍ରକାଶ କରନ୍ତି ବ୍ୟବାସାୟୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details