ଓଡିଶା

odisha

ETV Bharat / state

ONGC Helicopter Crash: ମୃତ ଓଡିଆ ସତ୍ୟମ୍ବଦ ପାତ୍ର ପଞ୍ଚଭୂତରେ ବିଲୀନ - ସତ୍ୟମ୍ବଦ ପାତ୍ରଙ୍କ ଅନ୍ତିମ ସଂସ୍କାର

ପଞ୍ଚଭୂତରେ ବିଲୀନ ହେଲେ ଓଏନଜିସି ହେଲିକପ୍ଟର ଦୁର୍ଘଟଣାରେ ମୃତ ଓଡିଆ ଯୁବକ ସତ୍ୟମ୍ବଦ ପାତ୍ର । ଅଧିକ ପଢନ୍ତୁ

ONGC Helicopter Crash: ମୃତ ଓଡିଆ ସତ୍ୟମ୍ବଦ ପାତ୍ର ପଞ୍ଚଭୂତରେ ବିଲୀନ
ONGC Helicopter Crash: ମୃତ ଓଡିଆ ସତ୍ୟମ୍ବଦ ପାତ୍ର ପଞ୍ଚଭୂତରେ ବିଲୀନ

By

Published : Jun 30, 2022, 5:29 PM IST

ଢେଙ୍କାନାଳ: ପଞ୍ଚଭୂତରେ ବିଲୀନ ହେଲେ ଓଏନଜିସି ହେଲିକପ୍ଟର ଦୁର୍ଘଟଣାରେ ମୃତ ଓଡିଆ ଯୁବକ ସତ୍ୟମ୍ବଦ ପାତ୍ର । ଆଜି(ଗୁରୁବାର) ଭୋର୍ ପ୍ରାୟ ୪ଟାରେ ସତ୍ୟମ୍ବଦଙ୍କ ପାର୍ଥିବ ଶରୀର ତାଙ୍କ ଗାଁ ଢେଙ୍କାନାଳ ଜିଲ୍ଲା ଭୁବନରେ ପହଞ୍ଚି ଥିଲା । ଏହାପରେ ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ବୁଦ୍ଧେଶ୍ବର ନିକଟ ଶ୍ମଶାନ ଅଭିମୁଖେ ନିଆଯାଇଥିଲା ଏବଂ ଶୋକାକୁଳ ପରିବେଶରେ ବ୍ରାହ୍ମଣୀ ନଦୀ କୂଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ONGC Helicopter Crash: ମୃତ ଓଡିଆ ସତ୍ୟମ୍ବଦ ପାତ୍ର ପଞ୍ଚଭୂତରେ ବିଲୀନ

ପ୍ରକାଶଥାଉ କି, ମଙ୍ଗଳବାର ଆରବସାଗରରେ ଓଏନସିଜି ହେଲିକପ୍ଟର ଦୁର୍ଘଟଣାରେ ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ରଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ପୈତୃକ ଘର ଢେଙ୍କାନାଳ ଜିଲ୍ଲା ଭୁବନରେ । ସେ ଗତବର୍ଷ ବିବାହ କରିଥିଲେ । ମାଲକାନଗିରି ସଦର ମହକୁମାସ୍ଥିତ ଏଆରସିଏସ କାର୍ଯ୍ୟାଳୟରେ ସତ୍ୟମ୍ବଦଙ୍କ ବାପା ସୁରେଶ ପାତ୍ର ଷ୍ଟେନୋ ଭାବେ କାମ କରନ୍ତି । ତାଙ୍କ ମାଆ ମାଲକାନଗିରିରେ ଶିକ୍ଷୟିତ୍ରୀ ଅଛନ୍ତି । ସତ୍ୟମ୍ବଦ ନିଜର ହାଇସ୍କୁଲ ପାଠ ମାଲକାନଗିରିରେ ସମାପ୍ତ କରିବା ପରେ ତିର୍ତ୍ତୋଲ କଲେଜରେ ଜିୟୋଲିଜି ପାଠ ସାରି ରାଉରକେଲା NIIT ରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ ।

ONGC Helicopter Crash: ମୃତ ଓଡିଆ ସତ୍ୟମ୍ବଦ ପାତ୍ର ପଞ୍ଚଭୂତରେ ବିଲୀନ
ONGC Helicopter Crash: ମୃତ ଓଡିଆ ସତ୍ୟମ୍ବଦ ପାତ୍ର ପଞ୍ଚଭୂତରେ ବିଲୀନ
ONGC Helicopter Crash: ମୃତ ଓଡିଆ ସତ୍ୟମ୍ବଦ ପାତ୍ର ପଞ୍ଚଭୂତରେ ବିଲୀନ

୩ ବର୍ଷ ତଳେ ଓଏନଜିସିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ସକାଳ ୧୧ ଟା ସମୟରେ ବମ୍ବେ ଉପକୂଳରୁ ପ୍ରାୟ ୧୧୧ କିମି ଦୂରରେ ଆରବ ସାଗରରେ ହେଲିକପ୍ଟରଟି ଖସିପଡ଼ିବା ଯୋଗୁଁ ଏଥିରେ ଥିବା ୯ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ସତ୍ୟମ୍ବଦ ପାତ୍ର ଥିଲେ ।

ABOUT THE AUTHOR

...view details