ଓଡିଶା

odisha

ETV Bharat / state

ଶୀତୁଆ ସନ୍ଧ୍ୟାରେ ସପ୍ତଶଯ୍ୟା ମହୋତ୍ସବର ମଜା ନେଲେ ଦର୍ଶକ - Saptasajya mohastav inaguarated in dhenkanal

ସାଂସ୍କୃତିକ ଅନୁଷ୍ଠାନ 'ମୟୂର' ପକ୍ଷରୁ ଢେଙ୍କାନାଳରେ ପଞ୍ଚମ ସପ୍ତଶଯ୍ୟା ମହୋତ୍ସବ ଆରମ୍ଭ ହୋଇଯାଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଶହ ଶହ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ ।

Saptasajya mohastav inaguarated in dhenkanal
ଶୀତୁଆ ସନ୍ଧ୍ୟାରେ ସପ୍ତଶଯ୍ୟା ମହୋତ୍ସବର ମଜା ନେଲେ ଦର୍ଶକ

By

Published : Dec 27, 2019, 11:44 PM IST

ଢେଙ୍କାନାଳ: ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ମୟୂର' ପକ୍ଷରୁ ପଞ୍ଚମ ସପ୍ତଶଯ୍ୟା ମହୋତ୍ସବ ଆରମ୍ଭ ହୋଇଯାଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ଠାରେ ଉଦଘାଟିତ ହୋଇଛି । ମୟୂର ଅନୁଷ୍ଠାନର ଅଧ୍ୟକ୍ଷ ବନମାଳୀ ମଲ୍ଲିକ ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ।

ଶୀତୁଆ ସନ୍ଧ୍ୟାରେ ସପ୍ତଶଯ୍ୟା ମହୋତ୍ସବର ମଜା ନେଲେ ଦର୍ଶକ

ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୋଦ ସାବତ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମାଜ ସେବା ପାଇଁ ସୁଶାନ୍ତ ପଟ୍ଟନାୟକ, ଲୋକକଳା ପାଇଁ ଅନିରୁଦ୍ଧ ମହାନ୍ତି ଓ ଚିତ୍ରକଳା ପାଇଁ ରାଜକିଶୋର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଅନୁଷ୍ଠାନର କଳାକାରମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉତ୍ସବର ପ୍ରଥମ ସନ୍ଧ୍ୟାରେ ଶହ ଶହ ସଂଖ୍ୟାରେ ଲୋକ ଏଥିରେ ସାମିଲ ହୋଇ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details