ଢେଙ୍କାନାଳ: ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣ ନେଇ ବ୍ୟାପକ ଉତ୍ତେଜନା । ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ 144 ଧାରା ଲାଗୁ ହେବା ସହ 8 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ତରକାବେଡାରେ ଦେଖିବାକୁ ମିଳିଛି ଏହି ଘଟଣା ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧ ଠାରେ ନିର୍ମାଣ ଧୀନ ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣ ନେଇ ବ୍ୟାପକ ଉତ୍ତେଜନା ଦେଖାଦେଇଛି । ଏହି କାରଖାନା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ତରକାବେଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ସ୍ଥାନାନ୍ତର ନେଇ ଗ୍ରାମବାସୀଙ୍କ ବିରୋଧରୁ ଏହି ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ଉତ୍ତେଜନା ଯୋଗୁଁ ପୋଲିସ ପକ୍ଷରୁ ବିରୋଧ କରୁଥିବା ୪୦ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଉଠାଇ ନେଇଛି ପୋଲିସ । ହିନ୍ଦୋଳ ଉପଜିଲ୍ଲାପାଳ ଓ ପୋଲିସ ପଦାଧିକାରୀମାନେ ଘଟଣାସ୍ଥଳରେ ଡେରା ପକାଇଛନ୍ତି ।