ଢେଙ୍କାନାଳ: ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣ ବିବାଦ ନେଇ ବ୍ୟାପୁଛି ଜନ ଅସନ୍ତୋଷ । ଢେଙ୍କାନାଳ ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧ ଠାରେ ନିର୍ମାଣଧୀନ ରୁଙ୍ଗଟା କାରଖାନା ପୋଲିସ ଲଗାଇ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଜଣ ଅସନ୍ତୋଷ ତେଜିବାରେ ଲାଗିଛି ।
ଏହି କାରଖାନା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ତରକାବେଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଦଖଲକୁ ନେଇ ଗତ 2 ଦିନ ଧରି ଲାଗି ରହିଥିବା ଉତ୍ତେଜନା ଥମିଛି । ତେବେ ଜନସାଧାରଣ ରାସ୍ତାକୁ ପୋଲିସ ଲଗାଇ ରୁଙ୍ଗଟା କତ୍ତୃପକ୍ଷ ଦଖଲ କରିବାରେ ସକ୍ଷମ ହୋଇଛନ୍ତି ।
ଏପରିକି ଗତ ଏକ ମାସ ଧରି ରାସ୍ତା ନିର୍ମାଣକୁ ବିରୋଧ କରି ଘଟଣା ସ୍ଥଳରେ ଗଣଧାରଣା ଜାରି ରଖିଥିବା ତରକାବେଡା ଗ୍ରାମର ୮୭ଜଣ ପୁରୁଷ ଓ ମହିଳାଙ୍କୁ ଜବରଦସ୍ତ ପୋଲିସ ଉଠାଇ ନେଇଥିଲା । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରି ପୋଲିସ ସହାୟତାରେ ରୁଙ୍ଗଟା କତ୍ତୃପକ୍ଷ ରାସ୍ତା ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି ।