ଓଡିଶା

odisha

ETV Bharat / state

ଏଟିଏମ ଭାଙ୍ଗି ୨୬ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ - Rs 26 lakh loot-atm

ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ନିମ ବାହାଳି ଛକରେ ଥିବା ଏସବିଆଇ ଏଟିଏମ ଭାଙ୍ଗି ୨୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

Rs 26 lakh loot-atm in Dhenkanal
ଏଟିଏମ ଭାଙ୍ଗି ୨୬ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

By

Published : Dec 15, 2020, 8:58 PM IST

ଢେଙ୍କାନାଳ: ଏଟିଏମ ଭାଙ୍ଗି ୨୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଏସବିଆଇ ଏଟିଏମରୁ ଲୁଟ ହୋଇଥିବା ଜଣାପଡିଛି । ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ରହିଥିବା ଏହି ଏଟିଏମକୁ ଗତ ରାତ୍ରିରେ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ କରିଛନ୍ତି ।

Rs 26 lakh loot-atm in Dhenkanal

ଖବର ପାଇ ମୋଟଙ୍ଗା ପୋଲିସ ଓ ଢେଙ୍କାନାଳ ଏସପି ଦାୟିତ୍ୱରେ ଥିବା ଅନୁଗୁଳ ଏସପି ଜଗମୋହନ ମିନା ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ଅନୁସନ୍ଧାନୀ କୁକୁର ଓ ଫରେନସିକ ଟିମ ମାଧ୍ୟମରେ ଛାନଭିନ ଚାଲିଛି ।

ଢେ଼ଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details