ଓଡିଶା

odisha

ETV Bharat / state

ଅଜଣା ଗାଡ଼ି ଧକ୍କାରେ ମେଡିକାଲ କର୍ମଚାରୀ ମୃତ୍ୟୁକୁ ନେଇ ଉତ୍ତେଜନା

ଅଜଣା ଗାଡି ଧକ୍କାରେ ମେଡିକାଲ ସଫେଇ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ୪ ଘଣ୍ଟା ଧରି ହେଲା ରାସ୍ତାରୋକ । ଅଧିକ ପଢନ୍ତୁ...

ଅଜଣା ଗାଡ଼ି ଧକ୍କାରେ ମେଡିକାଲ କର୍ମଚାରି ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
ଅଜଣା ଗାଡ଼ି ଧକ୍କାରେ ମେଡିକାଲ କର୍ମଚାରି ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

By

Published : Feb 2, 2022, 12:59 PM IST

ଢେଙ୍କାନାଳ: ଅଜଣା ଗାଡି ଧକ୍କାରେ ମେଡିକାଲ ସଫେଇ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ ଢେଙ୍କାନାଳ ୫୩ ନଂ ଜାତୀୟରାଜପଥ ଦୁର୍ଘଟଣାସ୍ଥଳ ଟାଙ୍ଗରପଡା ଠାରେ ଅବରୋଧ କରିଥିଲେ । ମୃତକର୍ମଚାରୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡି ବସିଥିଲେ ଲୋକେ । NH ୫୩ରେ ଦୀର୍ଘ ୪ଘଣ୍ଟା ଧରି ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ବଢ଼ିଥିଲା ।

ଅଜଣା ଗାଡ଼ି ଧକ୍କାରେ ମେଡିକାଲ କର୍ମଚାରି ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡିକାଲର ସଫେଇ କର୍ମଚାରୀ ମଙ୍ଗରାଜ ନାଏକ । ସୂଚନା ଅନୁସାରେ, ମଙ୍ଗରାଜଙ୍କ ଘର ଭୂବନ ଥାନା ମୂରୁଗା ଗ୍ରାମରେ ହୋଇଥିବା ବେଳେ ତାଙ୍କ ଶଶୁର ଘର ମଠକରଗୋଳା ଠାରେ ରହି କାମାକ୍ଷାନଗର ମେଡିକାଲରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । କର୍ମଚାରୀ ଜଣକ କାମରୁ ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଟାଙ୍ଗରପଡା ଠାରେ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ।

ଦୁର୍ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁ ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନଥିଲା । ପରବର୍ତ୍ତୀ ସମୟରେ ଏସଡିପିଓ ଏବଂ ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ରେଡକ୍ରସରୁ ସହାୟତା ରାଶି ଓ ମୃତକର ସ୍ତ୍ରୀକୁ ସଫେଇ କର୍ମରେ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେବାପରେ ଦୀର୍ଘ ୪ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଥିଲେ ଗ୍ରାମବାସୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details