ଓଡିଶା

odisha

ETV Bharat / state

ଗଛରେ ପିଟିହେଲା ବାଇକ, ଚାଳକ ମୃତ - ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ଶାମଳ ଦର୍ପଣି ପୂର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଗଛରେ ପିଟିହେଲା ବାଇକ ।

Road accident in dhenkanal
ଗଛରେ ପିଟିହେଲା ବାଇକ

By

Published : Jan 15, 2020, 8:06 AM IST

ଢେଙ୍କାନାଳ: ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ଶାମଳ ଦର୍ପଣି ପୂର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା । ଏକ ଗଛରେ ଗୋଟିଏ ବାଇକ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ବାଇକ ଆରୋହୀଙ୍କୁ ଦମକଳ ବାହିନୀ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଗଛରେ ପିଟିହେଲା ବାଇକ

ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବଲ୍ଲଭ ଗ୍ରାମର ବାପି ପାତ୍ର ବୋଲି ଜଣାପଡିଛି । ତେବେ ନିୟନ୍ତ୍ରଣ ହରାଇ ରାସ୍ତା କଡ ଗଛରେ ବାଇକ ପିଟି ହୋଇଥିବା ଅନୁମାନ କରାଯାଉଛି ।

ଘଟଣାରେ ଭୁବନ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details