ଢେଙ୍କାନାଳ: ଜିଲ୍ଲା ପରଜଙ୍ଗ ୧୪୯ନଂ ଜାତୀୟ ରାଜପଥରେ ଘଟିଛି ସଡକ ଦୁର୍ଘଟଣା । ଘାଗରାମୁଣ୍ଡା ଛକ ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପରଜଙ୍ଗ ଥାନା କଟୁମୁଣ୍ଡା ଗ୍ରାମର ମାୟାଧର ନାୟକ ।
ମାୟାଧର ଗତକାଲି ସନ୍ଧ୍ୟା ଠାରୁ ଘରୁ ଆସି ଆଉ ଫେରି ନଥିଲେ । ରବିବାର ତାଙ୍କ କ୍ଷତବିକ୍ଷତ ମୃତ ଦେହ ଜାତୀୟ ରାଜପଥ ୧୪୯ନଂ ଛକ ନିକଟରେ ପଡିଥିଲା । ତାଙ୍କ ପରିବାର ଲୋକମାନେ ଆସି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଫଳରେ ଉଭୟ ପାର୍ଶ୍ବରେ ଶହଶହ ଗାଡି ଅଟକି ରହିଥିଲା ।