ଓଡିଶା

odisha

ETV Bharat / state

ମାନସିକଧାରୀ କାଉଡିଆଙ୍କ ପାଇଁ କଡା କଟକଣା, ଶୈବପୀଠ କପିଳାସ ଖାଁ ଖାଁ - restriction on kapilash temple

ସୋମବାଠାରୁ ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର ପ୍ରଭୁ ଚନ୍ଦ୍ରଶେଖରଙ୍କ ବିଜେସ୍ଥଳୀ କପିଳାସପୀଠରେ 144 ଧାରା ଜାରି କରାଯାଇଛି । ଏଠାକୁ କାଉଡିଆଙ୍କ ଠାରୁ ଆରମ୍ଭ କରି ଭକ୍ତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ କଟକଣା ଜାରି କରାଯାଇଛି । ତେଣୁ ଶୈବପୀଠ କପିଳାସ ଖାଁ ଖାଁ ଲାଗୁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମାନସିକଧାରୀ କାଉଡିଆଙ୍କ ଉପରେ କଡାକଟକଣା, ଶୈବପୀଠ କପିଳାସ ଖାଁ ଖାଁ
ମାନସିକଧାରୀ କାଉଡିଆଙ୍କ ଉପରେ କଡାକଟକଣା, ଶୈବପୀଠ କପିଳାସ ଖାଁ ଖାଁ

By

Published : Jul 6, 2020, 9:18 PM IST

Updated : Jul 6, 2020, 9:36 PM IST

ଢେଙ୍କାନାଳ: ମହାମାରୀ କୋରୋନା ସଂକ୍ରମଣ ବଢି ଚାଲିଛି । ଏପଟେ ସୋମବାଠାରୁ ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ତେବେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଶିବପୀଠ ମାନଙ୍କରେ ମାନସିକଧାରୀ କାଉଡିଆ ମାନଙ୍କ ଭିଡକୁ ଆଖି ଆଗରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ଏପରିକି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର ପ୍ରଭୁ ଚନ୍ଦ୍ରଶେଖରଙ୍କ ବିଜେସ୍ଥଳୀ କପିଳାସପୀଠରେ 144 ଧାରା ଜାରି କରାଯାଇଛି । ଏଠାକୁ କାଉଡିଆଙ୍କ ଠାରୁ ଆରମ୍ଭ କରି ଭକ୍ତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ କଟକଣା ଜାରି କରାଯାଇଛି ।

ମାନସିକଧାରୀ କାଉଡିଆଙ୍କ ପାଇଁ କଡା କଟକଣା, ଶୈବପୀଠ କପିଳାସ ଖାଁ ଖାଁ

ପଲିସ ମୁତୟନ କରାଯାଇ ମନ୍ଦିରର ବଡ଼ ଦାଣ୍ଡ ଠାରୁ ସିଲ କରାଯାଇଛି । ଫଳରେ କାଉଡ଼ିଆ ତ ଦୁରେ ଥାଆନ୍ତୁ ଜଣେ ଭକ୍ତଙ୍କର ମଧ୍ୟ ଦେଖା ନାହିଁ । ଶ୍ରାବଣ ମାସର ପ୍ରଥମ ସୋମବାରରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏହି କପିଳାସ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ସମାଗମ ହୋଇଥାଏ । ମାତ୍ର ଆଜି ଏହି ପିଠା ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି ।

ମାନସିକଧାରୀ କାଉଡିଆଙ୍କ ଉପରେ କଡାକଟକଣା, ଶୈବପୀଠ କପିଳାସ ଖାଁ ଖାଁ
ମାନସିକଧାରୀ କାଉଡିଆଙ୍କ ଉପରେ କଡାକଟକଣା, ଶୈବପୀଠ କପିଳାସ ଖାଁ ଖାଁ

କପିଳାସ ପାଦ ଦେଶରୁ ଆରମ୍ଭ କରି ପାହାଚ ଓ ମନ୍ଦିର ଭିତର ଆଦି ଜନଶୂନ୍ୟ ହୋଇପଡିଛି । ଏପରିକି ଦେଓଗାଁ ଓ କପିଲାସ ମନ୍ଦିର ପାଖରେ ପୋଲିସ ମୁତୟନ କରାଯାଇ କଡାକଡି କଟକଣା ଜାରି କରାଯାଇଥିବା ଦେଖାଯାଇଛି । କୋରୋନାକୁ ନେଇ ପ୍ରଶାସନର ଜାରି କରାଯାଇଥିବା କଡା କଟକଣା ଯୋଗୁଁ ଶ୍ରାବଣୀ ଭାର ଉପରେ ଲାଗିଛି ରୋକ । ଫଳରେ ଆଜିର ଦିନରେ ଲୋକାରଣ୍ୟ ହେବାକୁ ଥିବା ଏହି କପିଳାସ ପୀଠ ଜନଶୂନ୍ୟ ହୋଇଯାଇଛି ।

ମାନସିକଧାରୀ କାଉଡିଆଙ୍କ ଉପରେ କଡାକଟକଣା, ଶୈବପୀଠ କପିଳାସ ଖାଁ ଖାଁ

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Jul 6, 2020, 9:36 PM IST

ABOUT THE AUTHOR

...view details