ଓଡିଶା

odisha

ETV Bharat / state

ପର୍ଯ୍ୟଟନସ୍ଥଳୀରେ ବଣଭୋଜିରେ ପ୍ରଶାସନର କଟକଣା - picnic spot

ଶୀତଋତୁରେ କୋରୋନା ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ବଣଭୋଜି ଓ ଜନସମାଗମ ଉପରେ କଟକଣା ଲଗାଇଛି ଢେଙ୍କାନାଳ ପ୍ରଶାସନ । ନିୟମ ଉଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଧିକ ପଢନ୍ତୁ...

ପର୍ଯ୍ୟଟନସ୍ଥଳୀରେ ବନଭୋଜି ଉପରେ ପ୍ରଶାସନର କଟକଣା
ପର୍ଯ୍ୟଟନସ୍ଥଳୀରେ ବନଭୋଜି ଉପରେ ପ୍ରଶାସନର କଟକଣା

By

Published : Dec 2, 2020, 8:44 PM IST

ଢେଙ୍କାନାଳ: ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଗୁଡିକରେ ବଣଭୋଜି ଓ ଜନସମାଗମ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଶୀତଋତୁରେ କୋରୋନା ସଂକ୍ରମଣ ଅଧିକ ବଢିବା ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ ଓସଓ୍ବାନ ଭିଡିଓ କନଫରେନ୍ସ ହଲରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା କୋରୋନା ପରିସ୍ଥିତି ସଂପର୍କରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି। ବିଶେଷ କରି ଶୀତ ଋତୁରେ ପର୍ଯ୍ୟଟନସ୍ଥଳି ଗୁଡିକରେ ପିକନିକ କରିବାକୁ ଅଧିକ ସଂଖ୍ୟାରେ ଜନସମାଗମ ହୋଇଥାଏ। ଯେହେତୁ ସଂକ୍ରମଣ ଆଶଙ୍କା ରହିଛି ଜନ ସମାଗମକୁ ରୋକିବା ଉପରେ ଗୁରୁତ୍ବରୋପ କରାଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳ ଗୁଡିକରେ ଜନ ସମାଗମକୁ ନିଷେଧ କରାଯାଇଛି। ଏହାକୁ ଉଲଙ୍ଘନ କଲେ ସଂପୃ୍କ୍ତ ବ୍ୟକ୍ତି ଓ ଅନୁଷ୍ଠାନକୁ ଜୋରିମାନା ଦେବାକୁ ପଡିବ।

ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ, ପରିବା ବଜାର, ଆମିଷ ବଜାର ଓ ହାଟ ମାନଙ୍କରେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ବ୍ୟବହାର ଉପରେ ମଧ୍ୟ କଡାକଡି ଯାଞ୍ଚ କରାଯିବ। ଏଥିପ୍ରତି ବିଶେଷ ଧ୍ୟନ ଦେବାକୁ ଉପଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details