ଓଡିଶା

odisha

ETV Bharat / state

ଉଦଘାଟନର ଦିନ କେଇଟା ନପୁରୁଣୁ ଭାଙ୍ଗିଲା କେନାଲ

ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ରେଙ୍ଗାଳୀ କେନାଲ ନିର୍ମାଣ କାମ ନିମ୍ନମାନର ହୋଇଥିବାରୁ କେନାଲ ଭାଙ୍ଗି ଏକର ଏକର ଚାଷ ଜମିରେ ପାଣି ମାଡି ଯାଇଛି । ଅଧିକ ପଢନ୍ତୁ...

By

Published : Jul 20, 2021, 2:00 PM IST

ନିମ୍ନମାନର କାମରୁ ଭାଙ୍ଗିଲା କେନାଲ
ନିମ୍ନମାନର କାମରୁ ଭାଙ୍ଗିଲା କେନାଲ

ଢେଙ୍କାନାଳ:ଉଦଘାଟନର ଦିନ କେଇଟା ନପୁରୁଣୁ ଭାଙ୍ଗିଗଲା କେନାଲ ବନ୍ଧ । ଫଳରେ ଏକର ଏକର ଧାନ ଚାଷ ଜମି ଜଳମଗ୍ନ ହୋଇଛି। ଖରା ବର୍ଷା ସହି ଫସଲ କରିଥିବା ଚାଷୀ ଏବେ ହତାଶ । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ରେଙ୍ଗାଳୀ କେନାଲ ନିର୍ମାଣ କାମ ନିମ୍ନମାନର ହୋଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

ନିମ୍ନମାନର କାମରୁ ଭାଙ୍ଗିଲା କେନାଲ

ସୂଚନା ଥାଉକି, ଅଞ୍ଚଳବାସୀଙ୍କର ବହୁ ବର୍ଷ ଅପେକ୍ଷା ପରେ କେନାଲ ନିର୍ମାଣ ହୋଇଥିଲା । ହଜାର ହଜାର ଚାଷ ଜମିପାଇଁ କେନାଲ ମାଧ୍ୟମରେ ଖରିଫ ଫସଲ ପାଇଁ ପାଣିର ସମସ୍ତ ସୁବିଧା କରାଯାଇଥିଲା । ଭୁବନ ବ୍ଲକ ଦେଇଯାଇଥିବା ରେଙ୍ଗାଳୀ ବାମ କେନାଲରୁ ଭୁବନର ଚାଷ ଜମିକୁ ପାଣି ଆବଣ୍ଟନ ପାଇଁ କେନାଲ ମାଧ୍ୟମରେ ସୁବିଧା କରାଯାଇଥିଲା ।

ଗତ ୧୫ ତାରିଖରେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ବାରା ଏହି କେନାଲର ଶୁଭ ଉଦଘାଟନ କରାଯାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ଯେ ଉଦଘାଟନର ପାଞ୍ଚ ଦିନ ନପୁରୁଣୁ ଭୁବନ ବ୍ଲକ ଧଳପଡା ଗ୍ରାମାଞ୍ଚଳରେ ନିମ୍ନମାନର କାମ ଯୋଗୁଁ ଡିଷ୍ଟ୍ୟୁବୁଟାରୀ କେନାଲ ଭାଙ୍ଗି ୩ରୁ ୪ ଫୁଟର ଘାଇ ସୃଷ୍ଟି ହୋଇଛି । ଯାହା ଫଳରେ ଶହ ଶହ ଏକର ଜଳି ଜଳମଗ୍ନ ହୋଇଛି ।

ଏହା ସହିତ ଅନେକ ଧାନ ତଳି ଘେରରେ ପାଣି ମାଡିଯାଇଛି । ଧଳପଡା ଗାଁର ଚଣ୍ଡୀ ମନ୍ଦିର ନିକଟରେ ୩ରୁ ୪ ଫୁଟର ଘାଇ ସୃଷ୍ଟି ହେବା ଫଳରେ ଏକର ଏକର ତଳି ଜମିରେ ପାଣି ମାଡିଯାଇ ବ୍ୟାପକ ତଳି ନଷ୍ଟ ହୋଇଛି । ଯାହାକୁ ନେଇ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details