ଓଡିଶା

odisha

ETV Bharat / state

ପୁଣି ଚର୍ଚ୍ଚାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ, ରୋଗୀଙ୍କୁ ଷ୍ଟ୍ରେଚରରେ ଧରି ସହର ସାରା ବୁଲିଲେ ସମ୍ପର୍କୀୟ - relatives-moves-around-the-city-holding-patient-on-stretchers

ପୁଣି ଚର୍ଚ୍ଚାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଚିକିତ୍ସାଧିନ ରୋଗୀଙ୍କୁ କଟକ ମେଡିକାଲକୁ ରେଫର କରି ଦେଇ ବସିଥିଲେ କର୍ତ୍ତୃପକ୍ଷ । ଭୂତ ଲାଗିଥିବା ଆଶଙ୍କା କରି ପରିବାର ଲୋକେ ରୋଗୀଙ୍କୁ ଷ୍ଟ୍ରେଚରରେ ସହର ସାରା ବୁଲାଇବା ପରେ ଘଟଣାକୁ ନେଇ ସବୁଠି ନିନ୍ଦା ।

ଭୂତ ଲାଗିଛି ଭାବି ରୋଗୀଙ୍କୁ ଷ୍ଟ୍ରେଚରରେ ଧରି ସହର ସାରା ବୁଲିଲେ ସମ୍ପର୍କୀୟ
ଭୂତ ଲାଗିଛି ଭାବି ରୋଗୀଙ୍କୁ ଷ୍ଟ୍ରେଚରରେ ଧରି ସହର ସାରା ବୁଲିଲେ ସମ୍ପର୍କୀୟ

By

Published : Sep 20, 2020, 8:48 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପୁଣି ଉଠିଲା ପ୍ରଶ୍ନ । ନିକଟରେ ଆଉଟ ଡୋର ସମ୍ମୁଖରେ ଜଣେ କୋଭିଡ ପଜିଟିଭ ରୋଗୀ ମୃତ୍ୟୁ ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ସାମନାକୁ ଆସିଲା ଆଉ ଏକ ଅବ୍ୟବସ୍ଥାର ଚିତ୍ର । ଶନିବାର ସନ୍ଧ୍ୟାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରୁ ଷ୍ଟ୍ରେଚରରେ ଜଣେ ଗୁରୁତର ରୋଗୀଙ୍କୁ ଶୁଆଇ ତାଙ୍କ ସମ୍ପର୍କୀୟ ଡାକ୍ତରଖାନାରୁ ବାହାରି ବଜାରରେ ବୁଲୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଭୂତ ଲାଗିଛି ଭାବି ରୋଗୀଙ୍କୁ ଷ୍ଟ୍ରେଚରରେ ଧରି ସହର ସାରା ବୁଲିଲେ ସମ୍ପର୍କୀୟ

ରୋଗୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଇଛାପୁର ଗାଁର ଗୁରୁବାରୀ ପ୍ରଧାନ । ତାଙ୍କ ସମ୍ପର୍କୀୟ ତାଙ୍କୁ ଧରି ବଜାରରେ ବୁଲୁଥିବା ଖବର ଚାରିଆଡେ ପ୍ରକାଶ ପାଇବା ପରେ ସୂଚନା ପାଇ ମେଡିକାଲର ସିକ୍ୟୁରିଟି ଯାଇ ସେମାନଙ୍କୁ ଫେରାଇ ନେଇଥିଲେ ସତ । ହେଲେ ଏ ସମ୍ପର୍କରେ ପଚରାଯିବାରୁ ଭୁତ ଲାଗି ଥିବାରୁ ମହିଳା ଜଣଙ୍କୁ ଦକ୍ଷିଣକାଳୀ ମନ୍ଦିର ବାବାଙ୍କ ପାଖରେ ଝଡାଫୁଙ୍କା କରାଇବା ପାଇଁ ଯାଇଥିଲୁ ବୋଲି କହିଛନ୍ତି ସମ୍ପର୍କୀୟ ।

ତାଙ୍କୁ ଚିକିତ୍ସା ପାଇଁ ପରିବାର ପକ୍ଷରୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ମହିଳା ଭେଷଜ ବିଭାଗରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟା ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିଦେଇ ସମସ୍ତେ ଚୁପ ହୋଇ ବସିପଡିଥିଲେ । ଫଳରେ ଚାରି ମହଲା ଉପରୁ ଗୁରୁତର ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ହସ୍ପିଟାଲ ଷ୍ଟ୍ରେଚରରେ ତଳକୁ ଆଣି ପରେ ଗଡାଇ ଗଡାଇ ରୋଗୀ ଜଣଙ୍କୁ ବଜାରରେ ବୁଲୁଥିବା ଦେଖାଯାଇଥିଲା ।

ତେବେ ମେଡିକାଲରେ ଏତେ ସଂଖ୍ୟାରେ ସୁରକ୍ଷା କର୍ମୀ ଥାଇ କିଭଳି ଡାକ୍ତରଖାନା ପରିସରରୁ ବାହାରକୁ ମେଡିକାଲ ସଷ୍ଟ୍ରେଚରରେ ଜଣେ ରୋଗୀଙ୍କୁ ନେଇ ତାଙ୍କ ସମ୍ପର୍କୀୟ ଯାଇପାରିଲେ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଡ୍ୟୁଟିରେ ଥିବା ଡାକ୍ତର କହିଛନ୍ତି ଯେ ଗୁରୁତର ରୋଗୀ ଜଣଙ୍କୁ ଆମେ କଟକ ସ୍ଥାନାନ୍ତର କରିଥିଲୁ। ସେ ୧୦୮ ଆମ୍ବୁଲାନ୍ସ ଯୋଗେ ଯିବା କଥା। କିନ୍ତୁ କେଉଁ ବାଟରେ ଓ କୁଆଡେ ରୋଗୀ ଜଣକ ଯାଇଥିଲେ ସେ ଜାଣିନାହାନ୍ତି ବୋଲି ସଫେଇ ଦେଇଛନ୍ତି ।

ଗୋଟିଏ ପଟରେ ସଠିକ ଚିକିତ୍ସା ନଦେଇ ନିଜ ଉପରୁ ଦୋଷ କାଟିବାକୁ ରୋଗୀମାନଙ୍କୁ କଟକ ସ୍ଥାନାନ୍ତରିତ କରିଦେଉଥିବାରୁ ଚିକତ୍ସା ଉପରୁ ଭରସା ତୁଟାଇ ଏପରି ଅନ୍ଧ ବିଶ୍ବାସକୁ ଆପଣେଇବାକୁ ବାଧ୍ୟ ହେଉଥିବା ଏହା ଏକ ନଗ୍ନ ଉଦାହରଣ । ସେପଟେ ମୁଖ୍ୟ ଡାକ୍ତରଖାନାରେ ଏପରି ଅଭନୀୟ ଘଟଣା ବାରମ୍ବାର ଘଟୁଥିବା ଡାକ୍ତର ଓ କର୍ମଚାରୀମାନଙ୍କ ଅବହେଳାକୁ ସ୍ପଷ୍ଟ କରିଛି । ଯାହାକୁ ନେଇ ଢେଙ୍କାନାଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details