ଓଡିଶା

odisha

ETV Bharat / state

ଢେଙ୍କାନାଳ ଭୁବନ ଅଞ୍ଚଳରୁ ବିରଳ ବଜ୍ରକାପ୍ତା ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନରୁ ଏକ ବିରଳ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନ ବିଭାଗ। ଭୁବନ ବନାଞ୍ଚଳ ଅନ୍ତର୍ଗତ ଅନଳ ଗ୍ରାମରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଅଧିକ ଖବର ପଢନ୍ତୁ...

ଢେଙ୍କାନାଳ ଭୁବନ ଅଞ୍ଚଳରୁ ବିରଳ ବଜ୍ରକାପ୍ତା ଉଦ୍ଧାର
ଢେଙ୍କାନାଳ ଭୁବନ ଅଞ୍ଚଳରୁ ବିରଳ ବଜ୍ରକାପ୍ତା ଉଦ୍ଧାର

By

Published : Jul 7, 2020, 10:47 AM IST

ଢେଙ୍କାନାଳ: ଜିଲ୍ଲା ଭୁବନରୁ ଏକ ବିରଳ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନ ବିଭାଗ। ଭୁବନ ବନାଞ୍ଚଳ ଅନ୍ତର୍ଗତ ଅନଳ ଗ୍ରାମରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଅନଳ ଗ୍ରାମର ନବଘନ ସେଠୀଙ୍କ ବାଡିରୁ ଏହି ବଜ୍ରକାପ୍ତାକୁ ଘର ଲୋକେ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।

ଢେଙ୍କାନାଳ ଭୁବନ ଅଞ୍ଚଳରୁ ବିରଳ ବଜ୍ରକାପ୍ତା ଉଦ୍ଧାର

ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ବଜ୍ରକାପ୍ତାକୁ ଧରି ଭୁବନ ବନ ବିଭାଗକୁ ଖବର ଦେଇଥିଲେ । ପରେ ଭୁବନ ବନାଧିକାରୀ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ଉଦ୍ଧାର କରାଯାଇଥିବା ଏହି ବଜ୍ରକାପ୍ତା କୁ ଢେଙ୍କାନାଳ କପିଳାସ ଚିଡିଆଖାନାକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

ଉକ୍ତ ବଜ୍ରକାପ୍ତାର ବୟସ ପ୍ରାୟ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details