ଓଡିଶା

odisha

ETV Bharat / state

କାଠ ଫର୍ଣ୍ଣିଚର ଦୋକାନରେ ଚଢାଉ ପଡିଲା ମହଙ୍ଗା, ଗ୍ରାମବାସୀଙ୍କ ମାମଲା ରୁଜୁ - ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌

ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ବଣସିଂହଠାରେ ଥିବା ଏକ କାଠ ଫର୍ଣ୍ଣିଚର ତିଆରି କାରଖାନା ଉପରେ ଅଚାନକ ଚଢାଉ କରିବା ଷଡଙ୍ଗୀ ବନାଞ୍ଚଳ କର୍ମଚାରୀଙ୍କ ପାଇଁ ବୁମେରାଂ ସାଜିଛି । ଏପରିକି ଚଢାଉ ଆଳରେ କିଛି କାଠ ଜବତ କରିବା ସହ 25 ହଜାର ଟଙ୍କା ନେଇ ରସିଦ ଦେଉନଥିବା ଅଭିଯୋଗ ଉଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି ଗ୍ରାମବାସୀ ।

raid on wooden furniture shop, dhenkanal latest news, ranger officer raid in dhenkanal, କାଠ ଫର୍ଣ୍ଣିଚର ଦୋକାନରେ ଚଢାଉ, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ଢେଙ୍କାନାଳ ବଣସିଂହରେ ବନ ବିଭାଗ ଚଢାଉ
କାଠ ଫର୍ଣ୍ଣିଚର ଦୋକାନରେ ଚଢାଉ ପଡିଲା ମହଙ୍ଗା, ଗ୍ରାମବାସୀଙ୍କ ମାମଲା ରୁଜୁ

By

Published : Sep 15, 2020, 1:59 PM IST

ଢେଙ୍କାନାଳ: ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ବଣସିଂହଠାରେ ଥିବା ଏକ କାଠ ଫର୍ଣ୍ଣିଚର ତିଆରି କାରଖାନା ଉପରେ ଅଚାନକ ଚଢାଉ କରିବା ଷଡଙ୍ଗୀ ବନାଞ୍ଚଳ କର୍ମଚାରୀଙ୍କ ପାଇଁ ବୁମେରାଂ ସାଜିଛି । ଏପରିକି ଚଢାଉ ଆଳରେ କିଛି କାଠ ଜବତ କରିବା ସହ 25 ହଜାର ଟଙ୍କା ନେଇ ରସିଦ ଦେଉନଥିବା ଅଭିଯୋଗ ଉଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି ଗ୍ରାମବାସୀ । ଫଳରେ ଏହି ଚଢ଼ାଉର ନେତୃତ୍ବ ନେଇଥିବା ଷଡଙ୍ଗୀ ଡେପୁଟି ରେଞ୍ଜ ଅଫିସର ହରଡ଼ ଘଣାରେ ପଡି ଯାଇଛନ୍ତି ।

କାଠ ଫର୍ଣ୍ଣିଚର ଦୋକାନରେ ଚଢାଉ ପଡିଲା ମହଙ୍ଗା, ଗ୍ରାମବାସୀଙ୍କ ମାମଲା ରୁଜୁ

ସୂଚନା ଅନୁଯାୟୀ ବଣସିଂହ ଗ୍ରାମର କାଠ ପର୍ଣ୍ଣିଚର ତିଆରି କାରଖାନାରେ ଅତର୍କିତ ଚଢାଉ କରି ଷଡଙ୍ଗୀ ଡେପୁଟି ରେଞ୍ଜ ଅଫିସର ଗୌତମ ପ୍ରଧାନ ହରଡ ଘଣାରେ ପଡିଯାଇଛନ୍ତି । ଚଢ଼ାଉ ଆଳରେ ବେଆଇନ ଭାବେ ସେ 30 ସିଫ୍ଟ କାଠ ଜବତ କରିଥିବା ସହ 25 ହଜାର ଟଙ୍କା ନେଇଥିଲେ ମଧ୍ୟ ରସିଦ କିମ୍ବା ସିଜ କରିଥିବା ଦ୍ରବ୍ୟର ଲିଷ୍ଟ ଦେଇନଥିଲେ । ଏ ସମ୍ପର୍କରେ ଭାଇରାଲ ହେଉଥିବା ଏହି କାଠ କାରଖାନାର ଏକ ସିସିଟିଭି ଫୁଟେଜକୁ ନେଇ ଟାର୍ଗେଟ ହୋଇଛନ୍ତି ଷଡଙ୍ଗୀ ଡେପୁଟି ରେଞ୍ଜର । ଏହି ସିସି ଟିଭି ଫୁଟେଜରେ ବନ କର୍ମଚାରୀମାନେ ଗତ 7 ତାରିଖରେ ଏହି ଫର୍ଣ୍ଣିଚର କାରଖାନାରେ ଚଢ଼ାଉର ଦୃଶ୍ୟ ସ୍ପଷ୍ଟ ଦେଖିବାକୁ ମିଳୁଛି ।

ତେବେ ଦୃଶ୍ୟରେ ଜଣେ ବନ କର୍ମଚାରୀ ଜଣଙ୍କଠାରୁ କିଛି ଟଙ୍କା ପକେଟରେ ପୁରାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ବେଆଇନ ଭାବେ ଟଙ୍କା ଆଦାୟ ପାଇଁ ଏହି କାରଖାନାରେ ଉଦ୍ଦେଶ୍ୟମୂଳକ ଭାବେ ଚଢ଼ାଉ କରି ତାଙ୍କୁ ଧମକ ଚମକ ଦେଇ ବେଆଇନ ଭାବେ 50 ହଜାର ଟଙ୍କା ଦାବି କରିଥିଲେ ବୋଲି କାରଖାନା ମାଲିକ ସଙ୍ଗୀନ ଅଭିଯୋଗ ଉଠାଇଛନ୍ତି । କାରଖାନାର ମାଲିକ ବଣସିଂହ ଗ୍ରାମର ରମଣୀ ରଞ୍ଜନ ମହାରଣା। ବନ କର୍ମଚାରୀମାନଙ୍କ ଏପରି ବେଆଇନ କାରନାମାର ପ୍ରତିବାଦ କରିଛନ୍ତି ବଣସିଂହ ଗ୍ରାମବାସୀ । ଏପରିକି ଗ୍ରାମବାସୀମାନେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରତିବାଦ ପ୍ରଦର୍ଶନ କରିବା ସହ ଏପରି ଦାଦାଗିରି କରିଥିବା ଡେପୁଟି ରେଞ୍ଜରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

ଏ ସମ୍ପର୍କରେ ବନଖଣ୍ଡ ଅଧିକାରୀଙ୍କୁ ଲିଖିତ ଭାବେ ଗୁହାରୀ କରିଛନ୍ତି ଗ୍ରାମବାସୀ । ତେବେ ଏପରି ବେଆଇନ ଓ ଦାଦାଗିରିର ଶିକାର ହୋଇଥିବା କାଠ କାରଖାନା ମାଲିକଙ୍କୁ ନ୍ୟାୟ ନମିଳିଲେ ବାଧ୍ୟ ହୋଇ ଗ୍ରାମବାସୀ ଭୟଙ୍କର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏପଟେ କିନ୍ତୁ ବନଖଣ୍ଡ ଅଧିକାରୀଙ୍କ କହିବା କଥା ଠିକ ଓଲଟା । ଏହି କାରଖାନାରେ ବେଆଇନ କାମ ନେଇ ପୂର୍ବରୁ ସୂଚନା ମିଥିବାରୁ ଏହି ଚଢ଼ାଉ କରାଯାଇଥିଲା । ତେବେ ଚଢ଼ାଉ ବେଳେ ଆମ କର୍ମଚାରୀଙ୍କୁ ଥଣ୍ଡା ପାନୀୟ ଯାଚିବାରୁ ଏମାନେ ନିଜେ ପଇସା ଦେଇଥିଲେ । ଫଳରେ ବଳକା ପଇସା ଫେରାଉଥିବା ଖୋଦ ଲୋକଟି ତାଙ୍କର ସାକ୍ଷୀ ଭାବେ ଯାଇଥିବା ଲୋକ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

ସେପଟେ କାଠ ଜବତର ଲିଷ୍ଟ ଦେବା କଥାରେ ବନ ବିଭାଗର କହିବା ଅନୁଯାୟୀ ଏହି ଅଭିଯୋଗର ସତ୍ୟତାର ଯାଞ୍ଚ କରି ରିପୋର୍ଟ ଦେବା ପାଇଁ ସେ ଦୁଇ ଜଣ ବରିଷ୍ଠ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାଞ୍ଚ ରିପୋର୍ଟ ମୁତାବକ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି । ଏପଟେ ସଦର ଥାନା ତରଭା ପୋଲିସ ଫାଣ୍ଡିରେ ହୋଇଥିବା ଅଭିଯୋଗକୁ ନେଇ ପୋଲିସ ତଦନ୍ତ କରିବା ବୋଲି ଜଣା ପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details