ଓଡିଶା

odisha

ETV Bharat / state

ରୋଗୀଙ୍କ ମୃତ୍ୟୁ ନେଇ ଉତ୍ତେଜନା, କ୍ଷତିପୂରଣ ଦାବିରେ ମେଡିକାଲ ସମ୍ମୁଖରେ ଆନ୍ଦୋଳନ

ଟ୍ୟୁମର ଅପରେସନ ହୋଇଥିବା ଜଣେ ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର ପରେ ମୃତ୍ୟୁକୁ ନେଇ ଢେଙ୍କାନାଳରେ ଉତ୍ତେଜନା ପ୍ରକାଶ ପାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

By

Published : Mar 14, 2020, 10:05 PM IST

Updated : Mar 14, 2020, 10:15 PM IST

Protests over the death of the patient in dhenkanal
ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ମେଡିକାଲ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ

ଢେଙ୍କାନାଳ: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ମେଡିକାଲ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ କଲେ ଗ୍ରାମବାସୀ । ଯାହାକୁ ନେଇ ବେଶ୍ କିଛି ସମୟ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।

ସୂଚନା ଅନୁସାରେ,ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଇମାଟି ଗ୍ରାମର ବିମଳିନୀ ଦେହୁରୀ ନାମକ ଜଣେ ମହିଳା ସହରର ଏକ ଘରୋଇ ହସ୍ପିଟାଲରେ ଗତ ୭ତାରିଖରେ ଟ୍ୟୁମର ଅପରେସନ କରିଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା ।

ତେବେ କଟକରେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଅପରେସନ ବେଳେ ଭୁଲ୍‌ରେ ଡାକ୍ତର ବିମଳିନୀଙ୍କ ଏକ ଭେନ କାଟି ଦେଇଥିବାରୁ ତାଙ୍କର ସଂକ୍ରମଣ ଜନିତ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ମୃତକର ପରିବାର । ଏପରିକି ଶନିବାର ବିମଳିନୀଙ୍କ ମୃତଦେହକୁ କଟକରୁ ଆସିବା ପରେ ଗ୍ରାମବାସୀମାନେ ଉକ୍ତ ହସ୍ପିଟାଲ ସମ୍ମୁଖରେ ରଖି ଆନ୍ଦୋଳନ କରିଥିଲେ ।

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ମେଡିକାଲ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ

ତାଙ୍କ ମୃତ୍ୟୁ ପାଇଁ ଏହି ହସ୍ପିଟାଲକୁ ଦାୟୀ କରି ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଡି ବସିଥିଲେ । ଫଳରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ହସ୍ପିଟାଲ କର୍ତ୍ତୃପକ୍ଷ ୫ଲକ୍ଷ ଟଙ୍କା ଦେବାକୁ ଲିଖିତ ପ୍ରତିଶୃତି ଦେବାପରେ ଆନ୍ଦୋଳନ ହଟିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Mar 14, 2020, 10:15 PM IST

ABOUT THE AUTHOR

...view details