ଓଡିଶା

odisha

ETV Bharat / state

ସ୍କୁଲ ମିଶ୍ରଣକୁ ବିରୋଧ, ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ - ଢେଙ୍କାନାଳ ଖବର

ସ୍କୁଲ ମିଶ୍ରଣକୁ ନେଇ ବିବାଦ । ଏହାକୁ ନେଇ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଅନ୍ତର୍ଗତ ମକୁଆକାଟେଣୀ ଗ୍ରାମ ପଞ୍ଚାୟତର ମକୁଆକାଟେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷେଶ୍ବର ମିଶ୍ର ଓ ସହକାରୀ ଶିକ୍ଷକ ଗୌରହରି ଦାସଙ୍କୁ ପାଖ ଗ୍ରାମ ତରାସିଙ୍ଗା ଗ୍ରାମବାସୀମାନେ ତାଙ୍କ ଗ୍ରାମରେ ଅଟକ ରଖିଛନ୍ତି ।

ସ୍କୁଲ ମିଶ୍ରଣକୁ ନେଇ ଢେଙ୍କାନାଳରେ ଉତ୍ତେଜନା

By

Published : Nov 15, 2019, 11:43 PM IST

ଢେଙ୍କାନାଳ:ସ୍କୁଲ ମିଶ୍ରଣକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଲାଗିଥିବା ବିବାଦ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଛି । ଏହାକୁ ନେଇ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଅନ୍ତର୍ଗତ ମକୁଆକାଟେଣୀ ଗ୍ରାମ ପଞ୍ଚାୟତର ମକୁଆକାଟେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷେଶ୍ବର ମିଶ୍ର ଓ ସହକାରୀ ଶିକ୍ଷକ ଗୌରହରି ଦାସଙ୍କୁ ପାଖ ଗ୍ରାମ ତରାସିଙ୍ଗା ଗ୍ରାମବାସୀମାନେ ତାଙ୍କ ଗ୍ରାମରେ ଅଟକ ରଖିଛନ୍ତି ।

ସ୍କୁଲ ମିଶ୍ରଣକୁ ନେଇ ଢେଙ୍କାନାଳରେ ଉତ୍ତେଜନା

ସୂଚନା ମୁତାବକ, ତରାସିଙ୍ଗା ଗ୍ରାମରେ ଗତ ୧୯୧୧ ମସିହାରୁ ତରାସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଏପଟେ ପାଖକୁ ଲାଗି ରହିଛି ମକୁଆକାଟେଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟ । ତେବେ ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମତେ ତରାସିଙ୍ଗା ସ୍କୁଲଟି ମକୁଆକାଟେଣୀ ସ୍କୁଲରେ ମିଶ୍ରଣ ହେବ ।

ତେବେ ବିଭାଗର ଏହି ନିର୍ଦ୍ଦେଶକୁ ବିରୋଧ କରିଛନ୍ତି ତରାସିଙ୍ଗା ଗ୍ରାମବାସୀ । ଗ୍ରାମବାସୀଙ୍କ ଦାବି ହେଲା ସ୍କୁଲ ବହୁ ପୂରାତନ ହୋଇଥିବାରୁ ତାଙ୍କ ସ୍କୁଲରେ ମକୁଆକାଟେଣୀ ସ୍କୁଲ ମିଶୁ । ଯାହାକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଏହି ସ୍କୁଲ ବିବାଦ ତୀବ୍ର ହୋଇଛି ।

ଖବରପାଇ କଙ୍କଡାହାଡ ଥାନା ପୁଲିସ ତରାଜଙ୍ଗ ଗ୍ରାମରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିବା ସହ ଅଟକ ଦୁଇ ଶିକ୍ଷକଙ୍କୁ ଉଦ୍ଧାର କରିଛନ୍ତି । ତେବେ ଉଭୟ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details