ଓଡିଶା

odisha

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ

କେନ୍ଦ୍ର ସରକାରଙ୍କ କୃଷି ବିଲକୁ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ । ଅଧିକ ପଢନ୍ତୁ...

By

Published : Dec 5, 2020, 8:58 PM IST

Published : Dec 5, 2020, 8:58 PM IST

protest-against-farm-bills in Dhenkanal
କୃଷି ବିଲକୁ ପ୍ରତ୍ୟାହାର ଦାବି

ଢେଙ୍କାନାଳ: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ ।

କୃଷି ବିଲକୁ ପ୍ରତ୍ୟାହାର ଦାବି
କେନ୍ଦ୍ର ସରକାରଙ୍କର ନୂତନ କୃଷି ନୀତିକୁ ବିରୋଧ କରିଛି ଢେଙ୍କାନାଳ ଜିଲ୍ଲା ନବନିର୍ମାଣ କୃଷକ ସଙ୍ଗଠନ । ଏପରିକି ଏହି କୃଷି ବିଲକୁ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମଞ୍ଚ ଆହ୍ୱାନରେ ଆଜି(ଶନିବାର) ଢେଙ୍କାନାଳ ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛି ।

ଏହି ସଂଗଠନ ପକ୍ଷରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ତୁରନ୍ତ ଏହି ବିଲକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details