ଓଡିଶା

odisha

ETV Bharat / state

ପୂଜକ କୋରୋନା ପଜିଟିଭ୍, ସାଂସଦଙ୍କ ସହ 52 ଜଣଙ୍କୁ ହୋମ କ୍ବାରେଣ୍ଟାଇନ ନିର୍ଦ୍ଦେଶ - ପୂଜକ କୋରୋନା ପଜିଟିଭ୍

ବଳରାମ ମନ୍ଦିର ପୂଜକ କୋରୋନା ପଜେଟିଭ ଚିହ୍ନଟ। ଏହାପରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ପକ୍ଷରୁ ମନ୍ଦିର ଓ ଶ୍ୟାମଚରଣପୁରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସାଂସଦଙ୍କ ସହ 52 ଜଣଙ୍କୁ ହୋମ କ୍ବାରେଣ୍ଟାଇନ ନିର୍ଦ୍ଦେଶ। ଅଧିକ ଖବର ପଢନ୍ତୁ...

ପୂଜକ କୋରୋନା ପଜିଟିଭ୍, ସାଂସଦଙ୍କ ସହ 52 ଜଣଙ୍କୁ ହୋମ କ୍ବାରେଣ୍ଟିନ ନିର୍ଦ୍ଦେଶ
ପୂଜକ କୋରୋନା ପଜିଟିଭ୍, ସାଂସଦଙ୍କ ସହ 52 ଜଣଙ୍କୁ ହୋମ କ୍ବାରେଣ୍ଟିନ ନିର୍ଦ୍ଦେଶ

By

Published : Jul 7, 2020, 10:24 AM IST

ଢେଙ୍କାନାଳ: ସହରର ବଳରାମ ମନ୍ଦିରର ଜଣେ ପୂଜକଙ୍କର କୋରୋନା ପଜେଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇପଡିଛି । ଏପରିକି ବଳରାମ ମଦିରକୁ ସାନିଟାଇଜ କରାଯାଇଛି । ପରେ ବଳରାମ ମନ୍ଦିର ଓ ପୂଜକଙ୍କ ଘର ସହରର ଶ୍ୟାମଚରଣପୁରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ।

ପୂଜକ କୋରୋନା ପଜିଟିଭ୍, ସାଂସଦଙ୍କ ସହ 52 ଜଣଙ୍କୁ ହୋମ କ୍ବାରେଣ୍ଟିନ ନିର୍ଦ୍ଦେଶ

ଅପରପକ୍ଷରେ ଗୁଣ୍ଡିଚା ଓ ବାହୁଡା ଅବସରରେ ଉକ୍ତ ପୂଜକ ବଳରାମ ମନ୍ଦିରକୁ ଯାଇଥିବା ଜଣାପଡିଛି । ଫଳରେ ମନ୍ଦିରର ସେବାୟତ, ଉକ୍ତ ପୂଜକଙ୍କ ପରିବାର ସମେତ ତାଙ୍କ ସଂସ୍ପର୍ଶରେ ଆସିଥିବା ୫୨ଜଣଙ୍କୁ ହୋମ କ୍ଵରେଣ୍ଟାଇନରେ ରହିବାକୁ ନିର୍ଦେଶ ଦେଇଛି ପ୍ରଶାସନ ।

ତେବେ ଚିହ୍ନଟ ହୋଇଥିବା ପୂଜକଙ୍କ ପୁଅ ଢେଙ୍କାନାଳ ସାଂସଦଙ୍କ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ଢେଙ୍କାନାଳ ସାଂସଦ ମହେଶ ସାହୁ ହୋମ କ୍ଵରେଣ୍ଟାଇନରେ ରହିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

ABOUT THE AUTHOR

...view details