ଓଡିଶା

odisha

ETV Bharat / state

Gajalaxmi Puja 2023: ରାତିପାହିଲେ ଗଜଲକ୍ଷ୍ମୀ ପୂଜା, ନୂଆବୋହୂ ଭଳି ସଜେଇ ହେଲାଣି ଢେଙ୍କାନାଳ - ଗଜଲକ୍ଷ୍ମୀ ପୂଜା 2023

ଧରାପୃଷ୍ଠକୁ ଧରାବରଣ କରିବେ ମା' ଧନଧାତ୍ରୀ । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ଉତ୍ସବ । ମା’ଙ୍କ ଆଗମନକୁ ନେଇ ସଜେଇ ହେଉଛି ସହର । ଅଧିକ ପଢ଼ନ୍ତୁ

ଆସୁଛନ୍ତି ମା' ଧନଧାତ୍ରୀ
ଆସୁଛନ୍ତି ମା' ଧନଧାତ୍ରୀ

By ETV Bharat Odisha Team

Published : Oct 27, 2023, 5:04 PM IST

ଆସୁଛନ୍ତି ମା' ଧନଧାତ୍ରୀ

ଢେଙ୍କାନାଳ:ଧରାପୃଷ୍ଠକୁ ଧରାବରଣ କରିବେ ମା' ଧନଧାତ୍ରୀ । ଆସନ୍ତାକାଲି(ଶନିବାର) ଠାରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉତ୍ସବ । ମା’ଙ୍କ ଆଗମନକୁ ନେଇ ସଜେଇ ହେଉଛି ସହର । ଏଥର ସହରର ୩୮ଟି ମଣ୍ଡପରେ ପୂଜା ପାଇବେ ମା’ ଗଜଲକ୍ଷ୍ମୀ । ଏଥିପାଇଁ ସରି ସରି ଆସୁଛି ପୂଜାମଣ୍ଡପର ପ୍ରସ୍ତୁତି । ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକମାଳାରେ ରଙ୍ଗେଇ ହୋଇ ଉଠିବ ସାରା ସହର ।

ଆସନ୍ତାକାଲି ପବିତ୍ର କୁଆଁର ପୂର୍ଣ୍ଣିମା । ଏହି ଅବସରରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉତ୍ସବ । ପରମ୍ପରା ମୁତାବକ ଏହି ପୂଜା ଉତ୍ସବ ଚଳିତ ବର୍ଷ ୧୧ଦିନ ବ୍ୟାପି ବେଶ ଧୁମଧାମରେ ପାଳିବେ ଢେଙ୍କାନାଳବାସୀ । ଆସନ୍ତା ନଭେମ୍ବର ୮ ତାରିଖରେ ମା’ ଲକ୍ଷ୍ମୀଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ ୩୮ଟି ମଣ୍ଡପରେ ମା’ଙ୍କ ମୃଣୟ ମୂର୍ତ୍ତି ପୂଜା ପାଇବେ । ତେବେ ଢେଙ୍କାନାଳରେ ପ୍ରତିବର୍ଷ ସନ୍ଧ୍ୟାରେ ମା'ଙ୍କୁ ଆବାହନ କରାଯିବାର ପରମ୍ପରା ଥିବା ସତ୍ତ୍ୱେ ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ଏହା ସନ୍ଧ୍ୟା ପରିବର୍ତ୍ତେ ୨୮ତାରିଖ ପୂର୍ବାହ୍ନରେ ପୂଜା ମଣ୍ଡପ ଗୁଡିକରେ ମା'ଙ୍କୁ ଆବାହନ କରାଯିବ ବୋଲି ପ୍ରକାଶ କରିଛନ୍ତି ମିଳିତ ବଜାର ଲକ୍ଷ୍ମୀପୂଜା କମିଟିର ସମ୍ପାଦକ ।

ସେପଟେ ଚଳିତ ବର୍ଷ ଅନୁକୂଳ ପାଗ ସାଙ୍ଗକୁ ପୂଜା ବଜାରରେ ନିଜ ପୂଜା ମଣ୍ଡପ ବେଶ ଆକର୍ଷଣୀୟ କରିବାକୁ ପୂଜା ପ୍ରତିଷ୍ଠାନମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି । ପୂଜା ମଣ୍ଡପ ଗୁଡି଼କକୁ ଆକର୍ଷଣୀୟ କରିବା ପାଇଁ ଚାନ୍ଦି ମେଢ଼, ମାଙ୍କ ପାଇଁ ସୁନାର ମୁକୁଟ ଏବଂ ରଙ୍ଗୀନ ଆଲୋକର ଛାଉଣୀ ସାଙ୍ଗକୁ ନଭଚୁମ୍ଭି ତୋରଣର ପ୍ରସ୍ତୁତି ଚାଲିଛି । ଏସବୁ ମଧ୍ୟରେ ଚଳିତ ବର୍ଷ ସହରର ଗଣେଶ ବଜାର ପୂଜା ପ୍ରତିଷ୍ଠାନର ହୀରକ ଜୟନ୍ତୀ ପୂଜା ବଜାରରେ ସ୍ୱତନ୍ତ୍ର ଆକର୍ଷଣ ରହିବ । ଏହି ବଜାର ପକ୍ଷରୁ କୋଏମ୍ବବାଟୋର ମହାଦେବଙ୍କ ତୋରଣ ସାଙ୍ଗକୁ ଦେଢ଼ କୋଟି ଟଙ୍କାର ସୁନା ମୁକୁଟ ଓ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ଚାନ୍ଦି ମେଢ଼ରେ ମା' ଶୋଭାପାଇବେ ବୋଲି ମଣ୍ଡପର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....Gajalaxmi Puja: ରାତି ପାହିଲେ ବିରାଜିବେ ଧନଦାତ୍ରୀ, ସଜେଇ ହେଲାଣି କେନ୍ଦ୍ରାପଡା

ଢେଙ୍କାନାଳର ଏହି ପାମ୍ପରିକ ଗଜଲକ୍ଷ୍ମୀ ପୂଜା ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥାଏ । ସେପଟେ ପୂଜା ଭିଡ଼କୁ ଦେଖି ମିନା ବଜାର, ଦୋଳି, ସର୍କସ ଓ ଉଠାଦୋକାନୀ ଠାରୁ ଆରମ୍ଭ କରି ବ୍ୟବସାୟୀମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି । ତେବେ ଚଳିତ ବର୍ଷ ଆଗୁଆ ସାଜ ସଜ୍ଜା ସାଙ୍ଗକୁ ଅନୁକୂଳ ପାଗ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ହେବାର ଆଶା କରିଛନ୍ତି ଆୟୋଜକ । ଢେଙ୍କାନାଳବାସୀଙ୍କର ବାର୍ଷିକ ଉତ୍ସବ ତଥା ମା'ଙ୍କ ଏହି ଆଗମନରେ ସ୍ଥାନୀୟ ଅଞ୍ଚଳବାସୀ ବେଶ ଚଳଚଞ୍ଚଳ ହୋଇଉଠିଛନ୍ତି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲଷ୍ମୀପୁଜା ଅବସରରେ ଆସନ୍ତା ୨୯ ତାରିଖ ଠାରୁ ମହିଷାପାଟ ଠାରେ ଓରମାସ ପକ୍ଷରୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ଆୟୋଜନ କରାଯାଉଛି । ଏହି ମେଳା ପୂଜା ବଜାରର ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାବିବ ବୋଲି ଆଶା କରାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details