ଢେଙ୍କାନାଳ:ପୁଣି ଶିଶୁଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ । ଅଙ୍ଗନବାଡିରେ ପୁଷ୍ଟିକର ଛତୁଆ ନାଁରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି ଜିଲ୍ଲାପାଳଙ୍କ ନିକଟରେ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ।
ଶିଶୁଙ୍କୁ ନିମ୍ନମାନର ଛତୁଆ ବଣ୍ଟନ, ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ଅଭିଯୋଗ - ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ନିମ୍ନମାନର ଛତୁଆ
ଶିଶୁଙ୍କ ଜୀବନକୁ ନେଇ ଖେଳ ଖେଳୁଛି ସ୍ୱୟଂ ସହାୟକ ଗୋଷ୍ଠୀ । ନିମ୍ନମାନର ଖାଦ୍ୟ ସହ ଅସ୍ବାସ୍ଥ୍ୟକର ଭାବେ ଖାଦ୍ୟ ଛତୁଆ ପ୍ରସ୍ତୁତ କରୁଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ । କେଉଁଠି ଏଭଳି ଅଭିଯୋଗ ଆସିଛି । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।
ଶିଶୁଙ୍କୁ ନିମ୍ନମାନର ଛତୁଆ ବଣ୍ଟନ : ମା'ଲଷ୍ମୀ ଓ ଲଷ୍ମୀ ନାରାୟଣ ସ୍ୱଂୟସହାୟକ ଗୋଷ୍ଠୀ ନାଁରେ ଅଭିଯୋଗ
ଶିଶୁଙ୍କୁ ନିମ୍ନମାନର ଛତୁଆ ବଣ୍ଟନ : ମା'ଲଷ୍ମୀ ଓ ଲଷ୍ମୀ ନାରାୟଣ ସ୍ୱଂୟସହାୟକ ଗୋଷ୍ଠୀ ନାଁରେ ଅଭିଯୋଗ
ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ଗର୍ଭବତୀଙ୍କ ଠାରୁ ଶିଶୁ ଓ ଅଙ୍ଗନବାଡିକୁ ଛତୁଆ ଯୋଗାଣ କରାଯାଇ ଶିଶୁଙ୍କ ପୁଷ୍ଟି ବର୍ଦ୍ଧନ ପାଇଁ ଉଦ୍ୟମ କରାଯାଉଛି । ମାତ୍ର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଏହି ଛତୁଆ ଯୋଗାଉଥିବା ମା’ ଲକ୍ଷ୍ମୀ ଓ ଲଷ୍ମୀ ନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗାଉଥିବା ଛତୁଆ ଅତି ନିମ୍ନମାନର ବୋଲି ଅଭିଯୋଗ ଉଠିଛି । ଏପରିକି ପରଜଙ୍ଗ ବ୍ଲକର ବିଭିନ୍ନ ଗ୍ରାମର ହିତାଧିକାରୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଦେଇଛନ୍ତି । ଛତୁଆ ଯୋଗାଉଥିବା ଏସଏଚଜି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଇଟିଭି ଭାରତ, ଢେଙ୍କାନାଳ