ଢେଙ୍କାନାଳ: ସୂର୍ଯ୍ୟାଲୋକ ଫାଉଣ୍ଡେସନ ପକ୍ଷରୁ ଢେଙ୍କାନାଳରେ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ୍ଠାରେ ଏହି କାର୍ଯ୍ୟକ୍ରମକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଉଦଘାଟନ କରିଛନ୍ତି ।
ସୂର୍ଯ୍ୟାଲୋକ ଫାଉଣ୍ଡେସନ ପକ୍ଷରୁ ଢେଙ୍କାନାଳରେ ପ୍ରତିଭା ଚୟନ - pratibha selection programe in Dhenkanal
ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ପ୍ରତିଭା ଚୟନ । ସୂର୍ଯ୍ୟାଲୋକ ଫାଉଣ୍ଡେସନ ପକ୍ଷରୁ ଏହା ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ ।
ଢେଙ୍କାନାଳରେ ପ୍ରତିଭା ଚୟନ
ଢେଙ୍କାନାଳରେ ପ୍ରତିଭା ଚୟନ
ଏଜି ଅବସରରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ନାଚ ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ