ଢେଙ୍କାନାଳ :ଜିଲ୍ଲା ପୌର ପରିଷଦ ନିର୍ବାଚନ ପରେ ହିଂସା । ପୌର ନିର୍ବାଚନ ବିଜେପିର ଜୟନ୍ତୀ ପାତ୍ର ବିଜେଡି ପ୍ରାର୍ଥୀ ଅନିମା ନାୟକଙ୍କୁ ପରାଜିତ କରି ଢେଙ୍କାନାଳ ପୌର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ବୁଧବାର ଶପଥ ଗ୍ରହଣ ଉତ୍ସବ ମଧ୍ୟ କରାଯାଇଥିଲା ।
Post election violence: ନବନିର୍ବାଚିତ ଅଧ୍ୟକ୍ଷାଙ୍କ ଘର ସାମ୍ନାରେ ଫାଙ୍କା ଗୁଳିଚଳନା
ଢେଙ୍କାନାଳ ଜିଲ୍ଲା ପୌର ପରିଷଦ ନିର୍ବାଚନ ପରେ ହିଂସା । ନବନିର୍ବାଚିତ ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ସମ୍ମୁଖରେ ୫ ରାଉଣ୍ଡ ଫାଙ୍କା ଗୁଳିଚାଳନା । ଅଧିକ ପଢନ୍ତୁ
ହେଲେ ଗତରାତିରେ ବାଜିଚୌକ ଅଞ୍ଚଳର କିଛି ଯୁବକ ସିମିଳିଆରେ ନବନିର୍ବାଚିତ ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ସମ୍ମୁଖରେ ୫ରାଉଣ୍ଡ ଫାଙ୍କା ଗୁଳିଚଳନା କରିବା ସହ ଅଧ୍ୟକ୍ଷା ଓ ତାଙ୍କ ପରିବାରକୁ ଧମକ ଦେଇ ଭୟଭୀତ କରିଛନ୍ତି । ଏ ନେଇ ଅଧ୍ୟକ୍ଷାଙ୍କ ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ନିର୍ବାଚନରେ ବିଜେଡିର ପରାଜୟ ନେଇ ପ୍ରତିକ୍ରିୟା ରୂପେ ବିଜେଡିର ସମର୍ଥକ ଗୋଷ୍ଠୀ ଏପରି ଭୟଭୀତ କରୁଛନ୍ତି । ସହରରେ ଆତଙ୍କରାଜ ସୃଷ୍ଟି କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ ଉଠିଛି । ଏ ସଂକ୍ରାନ୍ତରେ ଆଜି ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ସମେତ ଏକ ପ୍ରତିନିଧି ଦଳ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ