ଓଡିଶା

odisha

ETV Bharat / state

ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ - protests against offline testing

ଢେଙ୍କାନାଳରେ ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ
ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ

By

Published : Mar 30, 2021, 5:19 PM IST

ଢେଙ୍କାନାଳ: ଜିଲ୍ଲାର ପଲିଟେକ୍ନିକ କଲେଜ ଛାତ୍ରଙ୍କର ବୁଧବାରଠାରୁ ଅଫଲାଇନରେ ହେବାକୁ ଥିବା ପରୀକ୍ଷାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ସେମାନେ ମୁଖ୍ୟ ଫାଟକ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନରେ ବସିଥିବା ଦେଖିବାକୁ ମିଳିଛି ।

ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ

ଅନଲାଇନରେ ପରୀକ୍ଷା ଦେବାକୁ ଦାବି କରି ଶତାଧିକ ଛାତ୍ରଛାତ୍ରୀ ଢେଙ୍କାନାଳ ପଲିଟେକ୍ନିକ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି । କୋରୋନାର ନୂଆ ଷ୍ଟ୍ରେନ ମାଡି ଆସୁଥିବାବେଳେ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଅସୁରକ୍ଷିତ ବୋଲି ସେମାନେ ଦାବି କରିଛନ୍ତି । ଫଳରେ କଲେଜକୁ ଆସି ପରୀକ୍ଷା ଦେବା ବଦଳରେ ଅନଲାଇନରେ ପରୀକ୍ଷା ଘୋଷଣା କରିବାକୁ ଛାତ୍ରଛାତ୍ରୀ ଅଡି ବସିଛନ୍ତି । ଏପରିକି କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ ଯୋଗୁଁ ବେଶ ଉତ୍ତ୍ୱେଜନା ଦେଖିବାକୁ ମିଳିଥିଲା ।

ଏ ସମ୍ପର୍କରେ ଏକ ଦାବିପତ୍ର ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛନ୍ତି । ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛି । ତେବେ ଗତ ଦୁଇମାସ ହେଲା ପିଲାଙ୍କର ଅଫଲାଇନ କ୍ଲାସ ଚାଲିଥିବାବେଳେ ବୁଧବାରଠାରୁ ପରୀକ୍ଷା ଅଫଲାଇନରେ ହେବାକୁ ଯାଉଛି । ପିଲାମାନଙ୍କର ଏହି ଦାବି ସମ୍ପର୍କରେ କାଉନସିଲ ଅଧିକାରୀ କଲେଜ ଅଧ୍ୟକ୍ଷଙ୍କୁ ଜଣାଇ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details