ଓଡିଶା

odisha

By

Published : Jan 13, 2022, 7:39 AM IST

ETV Bharat / state

Rasol Gramya Bank Robbery: ଏକ କାର ଓ ବୁଲେଟକୁ ଜବତ କଲା ପୋଲିସ

ଢେଙ୍କାନାଳ ଜିଲ୍ଲାର ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ପୋଲିସ ସନ୍ଦେହ ଜନକ ଭାବେ ଏକ କାର ଓ ବୁଲେଟକୁ ଜବତ କରିଛି । ଅଧିକ ପଢନ୍ତୁ

Rasol Gramya Bank Robbery: ସନ୍ଦେହ ଜନକ ଭାବେ କାର ଓ ବୁଲେଟକୁ ଜବତ କଲା ପୋଲିସ
Rasol Gramya Bank Robbery: ସନ୍ଦେହ ଜନକ ଭାବେ କାର ଓ ବୁଲେଟକୁ ଜବତ କଲା ପୋଲିସ

ଢେଙ୍କାନାଳ: ଜିଲ୍ଲାର ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ପୋଲିସ ସନ୍ଦେହ ଜନକ ଭାବେ ଏକ କାର ଓ ବୁଲେଟକୁ ଜବତ କରିଛି । ଏହି କାର ଓ ବୁଲେଟକୁ ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ପୋଲିସ ଧରିବାରେ ସକ୍ଷମ ହୋଇଛି । କାର ଭିତରୁ କିଛି ସୁନା ଅଳଙ୍କାର ଓ ଟଙ୍କା ମଧ୍ୟ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ତେବେ କେତେ ଓଜନର ଅଳଙ୍କାର ଓ କେତେ ପରିମାଣର ଟଙ୍କା ତାହା ତଦନ୍ତ ପରିସରରେ ଥିବାରୁ ପୋଲିସ ଗୋପନ ରଖିଛି । ଏ ସମ୍ପର୍କରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

Rasol Gramya Bank Robbery: ସନ୍ଦେହ ଜନକ ଭାବେ କାର ଓ ବୁଲେଟକୁ ଜବତ କଲା ପୋଲିସ

ସୂଚନା ଥାଉକି, ସେପଟେ ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ ଦୁଇଟି ବୁଲେଟରେ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପିସ୍ତଲ ଓ ଛୁରି ଧରି କର୍ମଚାରୀଙ୍କୁ ଭୟଭୀତ କରିଥିଲେ । ପରେ ଲକର ଖୋଲି ପ୍ରାୟ ୭ ଲକ୍ଷ ଟଙ୍କା ଓ କୋଟିଏ ତାଙ୍କର ସୁନା ଅଳଙ୍କାର ଲୁଟିନେଇ ପଳାଇଯାଇଥିଲେ । ଫଳରେ ଏହି ଡକାୟତି ଘଟଣାରେ ଜିଲ୍ଲା ବ୍ୟାପି ପୋଲିସକୁ ଆଲର୍ଟ କରାଯାଇଥିଲା । ଏପରି ସ୍ଥିତିରେ ଗୋବିନ୍ଦପୁର ଫାଣ୍ଡି ନିକଟରେ ଏହି କାରକୁ ସନ୍ଦେହ ହେବାରୁ ପୋଲିସ ଚଢ଼ାଉ କରିଥିଲେ ।

ତେବେ କାର ଭିତରେ ଥିବା ତିନିଜଣ ଦୁର୍ବୃତ୍ତ ପଳାଇଯାଇଥିଲେ । ଫଳରେ ପୋଲିସ ଗୋଡ଼ାଇ ଜଣଙ୍କୁ କାବୁ କରିଥିଲା । ପରେ ଏହି ଯୁବକଙ୍କ ଠାରୁ ସୂଚନା ପାଇ ଆଉ ଦୁଇ ଜଣଙ୍କୁ ପୋଲିସ କାବୁ କରିବା ସହ ଏକ ବୁଲେଟ ମଧ୍ୟ ଜବତ କରିଛି । ତେବେ ଏହି କାର ଭିତରୁ ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ କରିଥିବା ସୁନା ମଧ୍ୟ ପୋଲିସ ଉଦ୍ଧାର କରିଛି । ଲୁଟେରା ମାନେ ସ୍ଥାନୀୟ ଗୋବିନ୍ଦପୁର ଅଞ୍ଚଳର ବୋଲି ସନ୍ଦେହ କରାଯାଇଛି । ଜବତ ସ୍ୱିଫ୍ଟ ଡିଜାୟାର କାର ଢେଙ୍କାନାଳ ଅଞ୍ଚଳର ବୋଲି ଜଣାପଡିଛି । ଢେଙ୍କାନାଳ SDPO ପହଞ୍ଚି ଏହି ଘଟଣାରେ ତନାଘନା ଆରମ୍ଭ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details