ଢେଙ୍କାନାଳ: କୋଭିଡ ଗାଇଡ ଲାଇନକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମଦ ଦୋକାନ ସିଲ । ଢେଙ୍କାନାଳ ସହରର ବସ ଷ୍ଟାଣ୍ଡ ଓ ମହାବୀର ବଜାର ବିଦେଶୀ ମଦ ଦୋକାନକୁ ସିଲ କରିଛି ପୁଲିସ। ବେଆଇନ ମଦ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା । ସେପଟେ ଘଟଣାସ୍ଥଳରୁ ଦୋକାନ ମାଲିକ ଫେରାର ।
କୋଭିଡ଼ ଗାଇଡ ଲାଇନକୁ ଉଲ୍ଲଙ୍ଘନ କରି ଦୁଇ ବିଦେଶୀ ମଦ ଦୋକାନୀ ଅଡୁଆରେ ପଡିଯାଇଛନ୍ତି। ଏହି ଦୁଇ ମଦ ବେପାରୀଙ୍କ ବିରୁଦ୍ଧରେ ଢେଙ୍କାନାଳ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସରକାରଙ୍କ ପକ୍ଷରୁ ବିଦେଶୀ ମଦ ଦୋକାନ ବନ୍ଦ କରାଯାଇ ଅନଲାଇନରେ ମଦ ବିକ୍ରି ନିର୍ଦ୍ଦେଶ ଦିଆଯାଇଥିଲେ । ହେଲେ ଏମାନକୁ ନିୟମକୁ ଉଲ୍ଲଙ୍ଘନ କରି ଖୁଲମ ଖୁଲା ବେଆଇନ ଭାବେ ମଦ ବିକ୍ରି କରୁଥିଲେ।