ଢେଙ୍କାନାଳ: ସହରର ରାମେଶ୍ବରପୁର ରେଳ ଧାରଣା ନିକଟରେ ଏକ ବ୍ରାଉନସୁଗାର ଆଡ୍ଡା ଉପରେ ଅଧରାତିରେ ଚଢ଼ାଉ କରିଛି ଟାଉନ ଥାନା ପୋଲିସ । ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଅଭିଯୁକ୍ତମାନେ ଢେଙ୍କାନାଳ ସହର ବାଜିଚୌକ ଜୟଗୋପାଳ ସାହିର ରାହୁଲ ରାଉତ, ରଗଡି ସାହିର ଗଣେଶ ନାଥ ଓ ମୋଟଙ୍ଗା ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମର ସୌମ୍ୟରଂଜନ ଦାସ ବୋଲି ସୂଚନା ମିଳିଛି ।
ବ୍ରାଉନସୁଗାର ଆଡ୍ଡାରେ ପୋଲିସର ଚଢ଼ାଉ, ୩ ଗିରଫ - ଢେଙ୍କାନାଳ ବ୍ରାଉନସୁଗାର ଆଡ୍ଡା
ଢେଙ୍କାନାଳ ରାମେଶ୍ବରପୁର ରେଳ ଧାରଣା ନିକଟରେ ବ୍ରାଉନସୁଗାର ଆଡ୍ଡାରେ ଢେଙ୍କାନାଳ ପୋଲିସର ଚଢ଼ାଉ । ୧୬.୭ଗ୍ରାମ ବ୍ରାଉନସୁଗାର ଜବତ । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢ଼ନ୍ତୁ
ବ୍ରାଉନସୁଗାର ଆଡ୍ଡାରେ ଢେଙ୍କାନାଳ ପୋଲିସର ଚଢ଼ାଉ, ୩ ଗିରଫ
ବ୍ରାଉନସୁଗାର ଆଡ୍ଡାରେ ଢେଙ୍କାନାଳ ପୋଲିସର ଚଢ଼ାଉ, ୩ ଗିରଫ
ଉକ୍ତ ସ୍ଥାନରେ ବ୍ରାଉନସୁଗାର କାରବାର ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ରାତିରେ ପୋଲିସ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ୧୬.୭ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ମାରୁତି କାର, ନଗଦ ୪୦ ହଜାର ଟଙ୍କା, ୫ଟି ମୋବାଇଲ ଓ ସେମାନେ ପିନ୍ଧିଥିବା ସୁନା ଚେନ ସହ ବ୍ରେସଲେଟ ଏବଂ ମୁଦିକୁ ପୋଲିସ ଜବତ କରିଛି । ତେବେ ସେମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।
ଇଟିଭି ଭାରତ, ଢେଙ୍କାନାଳ