ଢେଙ୍କାନାଳ: କୋରୋନା ମହାମାରୀ ପାଇଁ ଚାରିଆଡେ ଜାରି ରହିଛି ଲକଡାଉନ । ଢେଙ୍କାନାଳ ସହରରେ ମଧ୍ୟ କଡାକଡି ଭାବେ ଚାଲିଛି ଲକଡାଉନ ନିୟମ ପାଳନ । ଯେପରି ସଂକ୍ରମଣ କାହାକୁ ନ ବ୍ୟାପେ ସେନେଇ ଲୋକଙ୍କୁ ଘରୁ ନବାହାରିବାକୁ କଡା ନିୟମ କରାଯାଇଛି । ଲୋକେ ଏନେଇ ଭୟଭୀତ ଥିବା ବେଳେ ପରିବାର ସହ ସମୟ ବିତାଇବା ବଦଳରେ ରାସ୍ତାକୁ ଓହ୍ଲାଇ ଆମ ପାଇଁ ପହରା ଦେଉଛନ୍ତି ପୋଲିସ କର୍ମଚାରୀ ।
କୋରୋନା ଯୋଦ୍ଧା ପୋଲିସକର୍ମୀଙ୍କୁ ଢେଙ୍କାନାଳରେ ସମ୍ବର୍ଦ୍ଧନା - ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍
କୋରୋନା ମହାମାରୀ ପାଇଁ ଚାରିଆଡେ ଜାରି ରହିଛି ଲକଡାଉନ । ଲୋକେ ଏନେଇ ଭୟଭୀତ ଥିବା ବେଳେ ପରିବାର ସହ ସମୟ ବିତାଇବା ବଦଳରେ ରାସ୍ତାକୁ ଓହ୍ଲାଇ ଆମ ପାଇଁ ପହରା ଦେଉଛନ୍ତି ପୋଲିସ କର୍ମଚାରୀ ।
କୋରୋନା ଯୋଦ୍ଧା ପୋଲିସ କର୍ମଚାରୀଙ୍କୁ ଢେଙ୍କାନାଳରେ ସମ୍ବର୍ଦ୍ଧନା
ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ଚାଲିଥିବା ଏହି ମହାସଂଗ୍ରାମର ଜଣେ ଜଣେ ପ୍ରମୁଖ ଯୋଦ୍ଧା ସାଜିଛନ୍ତି ପୋଲିସ କର୍ମଚାରୀ । ଯାହାଙ୍କୁ ମନେ ପକାଇଛନ୍ତି ଜିଲ୍ଲାର ବଜରଙ୍ଗ କ୍ଲବର ଯୁବ ଗୋଷ୍ଠୀ । ଏହି କ୍ଲବ ପକ୍ଷରୁ ସହରରେ କାର୍ଯ୍ୟରତ ଥିବା ସମସ୍ତ ପୋଲିସ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା ଦେଇ ଉତ୍ସାହିତ କରିଛନ୍ତି । ଏଥିପାଇଁ ଢେଙ୍କାନାଳ ସାଂସଦ ମହେଶ ସାହୁ ସହରର ବିଭିନ୍ନ ଜାଗାରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରୁଥିବା ଦେଖିବାକୁ ମିଳିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ