ଓଡିଶା

odisha

ETV Bharat / state

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍

ଢେଙ୍କାନାଳ ଜିଲ୍ଲାର ନିହଲ ପ୍ରସାଦ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ। ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଢେଙ୍କାନାଳର ସ୍ବତନ୍ତ୍ର ପୋକ୍ସୋ ଅଦାଲତ। ଅଧିକ ଖବର ପଢନ୍ତୁ...

pocso_verdict
ନିହଲ ପ୍ରସାଦ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍

By

Published : Feb 12, 2020, 10:20 PM IST

ଢେଙ୍କାନାଳ: ଦୀର୍ଘ 7 ବର୍ଷ ପରେ ପ୍ରକାଶ ପାଇଲା ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅଞ୍ଚଳରେ ହୋଇଥିବା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ। ଏହି ଘଟଣାର ବିଚାର କରି ଢେଙ୍କାନାଳ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ନିହଲ ପ୍ରସାଦ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍

ନିହଲ ପ୍ରସାଦ ଥାନା ଅଞ୍ଚଳରେ ଗତ 2013, ମାର୍ଚ୍ଚ 3 ତାରିଖରେ ଏହି ଘଟଣା ଘଟିଥିଲା। ନିତ୍ୟାନନ୍ଦପୁର ଗ୍ରାମର ମଣ୍ଟୁଆ ମଲ୍ଲିକ ନାମକ ଜଣେ ଯୁବକ ଜଣେ 17 ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ଖବର ପାଇ ସ୍ଥାନୀୟ ପୁଲିସ ପୀଡିତାଙ୍କୁ ଉଦ୍ଧାର କରିଥିଲା । ଏହାସହ ଏକ ମାମଲା ରୁଜୁକରି ଅଭିଯୁକ୍ତ ମଣ୍ଟୁଆ ମଲ୍ଲିକକୁ ଗିରଫ କରିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details