ETV Bharat Odisha

ଓଡିଶା

odisha

ETV Bharat / state

ଗାଡି ଚକାରେ ପମ୍ପ ଦେଉ ଦେଉ ଚାଲିଗଲା ଡ୍ରାଇଭରଙ୍କ ଜୀବନ - ଢେଙ୍କାନାଳରେ ଦୁର୍ଘଟଣା

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ନିକଟରେ ଅଭାବନୀୟ ଘଟଣା। ଟାଟା ଏସିରେ ପମ୍ପ ଦେଉଥିବାବେଳେ ଡ୍ରାଇଭରଙ୍କ ଉପରେ ଟ୍ରକ ଚଢିଯିବାରୁ ମୃତ। ଅଧିକ ପଢନ୍ତୁ

road accident in dhenkanal
ଗାଡି ଚକାରେ ପମ୍ପ ଦେଉ ଦେଉ ଚାଲିଗଲା ଡ୍ରାଇଭରଙ୍କ ଜୀବନ
author img

By

Published : Jun 24, 2022, 5:34 PM IST

ଢେଙ୍କାନାଳ:ନିଜ ଗାଡ଼ି ଚକାରେ ଦେଉଥିଲେ ପମ୍ପ। ଆଉ ଏକ ଟ୍ରକ ଚଢି ଯିବାରୁ ଘଟଣାସ୍ଥଳରେ ଟାଟା ଏସି ଡ୍ରାଇଭରର ଚାଲିଗଲା ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ବଳଦିଆବନ୍ଧ ଛକ ନିକଟରେ । ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ବୋରାପଦା ଗ୍ରାମର ସୁଶାନ୍ତ ନାୟକ । ଗତ ରାତିରେ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ବଳଦିଆବନ୍ଧରେ ଏକ ଟାୟାର ରିପ୍ୟାରିଂ ଦୋକାନରେ ସୁଶାନ୍ତ ଚଳାଉଥିବା ଏକ ଟାଟା ଏସିରେ ପମ୍ପ ଦେଉଥିଲେ ।

ମାତ୍ର ଏନଏଚରେ ଏକ ଟ୍ରକ ଦ୍ରୁତବେଗରେ ଆସି ଚକ ପାଖରେ ଥିବା ସୁଶାନ୍ତଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ତାକୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେତବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଜଣାପଡିଛି । ଗୋବିନ୍ଦପୁର ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଦୁର୍ଘଟଣା ଘଟାଇ ଟ୍ରକ ପଳାଇଯାଇଥିବା ସୂଚନା ମିଳିଛି।

ABOUT THE AUTHOR

author-img

...view details