ଓଡିଶା

odisha

ETV Bharat / state

ପିଲାଚୋର ସନ୍ଦେହରେ ମାନସିକ ବିକୃତ ଯୁବକଙ୍କ ସହ ବର୍ବରତା, ଭିଡିଓ ଭାଇରାଲ - dhenkanal news

ଢେଙ୍କାନାଳରେ ପିଲାଚୋର ସନ୍ଦେହରେ ମାନସିକ ଭାରସାମ୍ୟ ହରାଇଥିବା ଯୁବକଙ୍କୁ ଅମାନୁଷିକ ଭାବେ ମାଡ ଓ ନିର୍ଯ୍ୟାତନା ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ପିଲାଚୋର ସନ୍ଦେହରେ ମାନସିକ ବିକୃତ ଯିବକଙ୍କ ସହ ବର୍ବରତା , ଭାଇରାଲ ହେବାରେ ଲାଗିଛି ଭିଡିଓ
ପିଲାଚୋର ସନ୍ଦେହରେ ମାନସିକ ବିକୃତ ଯିବକଙ୍କ ସହ ବର୍ବରତା , ଭାଇରାଲ ହେବାରେ ଲାଗିଛି ଭିଡିଓ

By

Published : Feb 21, 2021, 8:32 PM IST

ଢେଙ୍କାନାଳ: ପିଲାଚୋର ସନ୍ଦେହରେ ମାନସିକ ଭାରସାମ୍ୟ ହରାଇଥିବା ଯୁବକଙ୍କୁ ଅମାନୁଷିକ ଭାବେ ମାଡ ଓ ନିର୍ଯ୍ୟାତନା ଖବର ସାମ୍ନାକୁ ଆସିଛି । ସହରର ସଦର ଥାନା ପସାସିଂହ ନିକଟରେ କିଛି ସ୍ଥାନୀୟ ଯୁବକଙ୍କ ଅମାନବୀୟ କାଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ପିଲାଚୋର ସନ୍ଦେହରେ ମାନସିକ ବିକୃତ ଯିବକଙ୍କ ସହ ବର୍ବରତା , ଭାଇରାଲ ହେବାରେ ଲାଗିଛି ଭିଡିଓ

ଭିଡ଼ିଓରେ ଜଣେ ମାନସିକ ରୋଗୀକୁ କେତେକ ଯୁବକ ଘେରି ନିସ୍ତୁକ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଛନ୍ତି । ମାତ୍ର ଏହି ମାନସିକ ରୋଗୀ ଜଣଙ୍କ ତଳେ ପଡି ପ୍ରାଣ ବିକଳରେ ଚିତ୍କାର କରୁଥିବା ଦେଖାଯାଉଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପସାସିଂହ ନିକଟରେ ସ୍ଥାନୀୟ ଯୁବକ ମାନେ ବୁଲୁଥିବା ଏହି ଯୁବକକୁ ଅମାନବୀୟ ନିର୍ଯାତନା ଦେଉଥିବା ଜଣାପଡିଛି ।

ସୂଚନା ଅନୁସାରେ ଜିଲ୍ଲାରେ ଏବେ ପିଲା ଚୋର ଖବର ଭାଇରାଲ ହେବାରେ ଲାଗିଛି । ଏପରିକି କେତେକ ଜାଗାରେ ପିଲା ଚୋର ଆଳରେ କେତେକ ମାନସିକ ଭାରସାମ୍ୟ ହରାଇ ବୁଲୁଥିବା ଅଚିହ୍ନା ଯୁବକମାନେ ସ୍ଥାନୀୟ ଲୋକେ ଆକ୍ରମଣ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ମାତ୍ର ସ୍ଥାନୀୟ ପୁଲିସ ଏ ସମ୍ପର୍କରେ କୌଣସି ଠୋସ ପଦକ୍ଷେପ ନେଉନଥିବାରୁ ମାନସିକ ଭାରସାମ୍ୟ ହରାଇ ନିଜ ଉପରେ ନିଯନ୍ତ୍ରଣ ହରାଇ ବୁଲୁଥିବା ଲୋକମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଏପରି ଏକ ଅମାନବୀୟ ଦୃଶ୍ୟର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

ABOUT THE AUTHOR

...view details