ଓଡିଶା

odisha

ETV Bharat / state

ମାସ୍କ ନାହିଁ ତ ପରିବା ନାହିଁ

ଯିଏ ମାସ୍କ ବ୍ୟବହାର କରୁନାହାନ୍ତି ସେମାନଙ୍କୁ ପନିପରିବା ଦେବାକୁ ମନା କରିଦିଆଯାଉଛି । ମାସ୍କ ନଥିଲେ ଦୋକାନୀମାନେ ମଧ୍ୟ ସଉଦା ଦେବାକୁ ରୋକଠୋକ ମନା କରିଦେଉଛନ୍ତି । ଅଧିକ ପଢନ୍ତୁ...

ମାସ୍କ ନାହିଁ ତ ମିଳବନି ପରିବା
ମାସ୍କ ନାହିଁ ତ ମିଳବନି ପରିବା

By

Published : Apr 21, 2020, 5:54 PM IST

ଢେଙ୍କାନାଳ: ସାରା ବିଶ୍ବରେ କୋରୋନା କାୟା ବିସ୍ତାର କରିଚାଲିଥିବାବେଳେ ପ୍ରତିହତ ପାଇଁ ଲକଡାଉନର ସାହାରା ନିଆଯାଇଛି । ଏପରିସ୍ଥଳେ ଯାଜପୁର ଜିଲ୍ଲା ସୀମାକୁ ଲାଗିରହିଛି ଏସିଆ ମହାଦେଶର ସବୁଠାରୁ ବଡ ଗାଁ ଭୁବନ । ତେବେ ଯାଜପୁରରେ କୋରୋନାର ସ୍ଥିତିକୁ ନେଇ ଏବେ ସଂକ୍ରମଣ ଆଶଙ୍କାରେ ଚିନ୍ତାରେ ପଡିଯାଇଛନ୍ତି ଭୁବନବାସୀ ।

ମାସ୍କ ନାହିଁ ତ ମିଳବନି ପରିବା

ଫଳରେ ପ୍ରଶାସନ ପକ୍ଷରୁ ଲକଡାଉନର ନିୟମକୁ ଭୁବନରେ କଡାକଡି କରାଯାଇଛି । ଏହି ଅବସରରେ କିଛି ସଂଘ ଓ ସଙ୍ଗଠନ ଆଗକୁ ଆସିଛନ୍ତି । ଯିଏ ମାସ୍କ ବ୍ୟବହାର କରୁନାହାନ୍ତି ସେମାନଙ୍କୁ ପନିପରିବା ସହିତ ସଉଦା ଦେବାକୁ ମନା କରିଦିଆଯାଉଛି ।

ମାସ୍କ ପିନ୍ଧି ନଥିଲେ ଦୋକାନୀମାନେ ସଉଦା ଦେବାକୁ ରୋକଠୋକ ମନା କରିଦେଉଛନ୍ତି । ଏପରିକି ଭୁବନ ନୂଆବଜାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ତରଫରୁ କର୍ମକର୍ତ୍ତାମାନେ ପରିବା ଓ ତେଜରାତି ଦୋକାନୀଙ୍କୁ ସଚେତନ କରିଛନ୍ତି । ଏହାସହିତ କିପରି ଗ୍ରାହକମାନେ ମାସ୍କ ବ୍ୟବହାର କରିବେ ସେଥିପ୍ରତି ଗୁରୁତ୍ବ ଦେବାକୁ ବୁଝାଉଥିବା ଦେଖାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details