ଢେଙ୍କାନାଳ:ଲୋକମାନଙ୍କର ସୁବିଧା ପାଇଁ ସରକାର ଯୋଗାଇ ଦେଉଛନ୍ତି ପାନୀୟଜଳ । ସେଥିପାଇଁ ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଲୋକମାନଙ୍କର ସୁବିଧା ପାଇ ଘର ଘରକୁ ପାଇପ ଯୋଗେ ପାଣି ଯୋଗାଇଛନ୍ତି ସରକାର । ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଦେଖାଦେଇଛି ଜଳ ସମସ୍ୟା । ଲୋକେ ପାଣି ଟିକିଏ ପିଇବା ପାଇ ହେଉଛନ୍ତି ଡହଳବିକଳ । ଭୁବନ ବିଜ୍ଞାପିତ ଅଞ୍ଚଳରେ ଦେଖା ଦେଇଛି ଜଳ ସମସ୍ୟା । ଜନସ୍ୱାସ୍ଥ୍ୟ ବିଭାଗର ମନମାନୀ ଯୋଗୁଁ ଲୋକମାନେ ପାନୀୟ ଜଳ ପିଇବା ପାଇ ଅନେକ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ବାଜି ଛକ ସାହିରେ ଦୀର୍ଘ ୨୦ ବର୍ଷ ଧରି ଲୁହା ପାଇପ ଦ୍ବାରା ପାନୀୟଜଳ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ଏହାକୁ ପୂନଃ ନିର୍ମାଣ କରି ନୂତନ ପାଇପ ବିଛା ଯାଇଛି । ହେଲେ ଲୋକମାନେ ଗୋଟିଏ ଥିର ପାନୀୟ ଜଳ କନେକସନ୍ ପାଇଁ ଅର୍ଥ ଦେଇଛନ୍ତି । ବହୁ ଟଙ୍କା ଖର୍ଚ୍ଚ କରି ଜଳ କନେକସନ୍ ନେଇ ମାସକୁ ମାସ ବିଲ୍ ମଧ୍ୟ ପୈଠ କରୁଥିଲେ । କିନ୍ତୁ ଏବେ ନୂଆ ପ୍ଲାଷ୍ଟିକ ପାଇପ କନେକସନ୍ ଦେଇ ବିଭାଗ କହିଛି ପୁଣି ଟଙ୍କା ବାନ୍ଧି କନେକସନ୍ ନେବା ପାଇଁ ଫଳରେ ବିବାଦ ଦେଖାଦେଇଛି । ଆଜକୁ ୪ ଦିନ ହେବ ପାନୀୟଜଳ ପାଇପାରୁନାହାନ୍ତି ୩୦ ପରିବାର । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ ......ମଦ ଦୋକାନ ଉଚ୍ଛେଦ ଦାବିରେ ରାସ୍ତାରୋକ, ଛାତ୍ର ଓ ମହିଳା କଂଗ୍ରେସର ବିକ୍ଷୋଭ