ଓଡିଶା

odisha

ETV Bharat / state

ଢେଙ୍କାନାଳ ରଜ ବଜାରରେ ଲୋକ ହାଉଜାଉ, ଜାରି ହେଲା 144 - ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌

ରଜ ଉତ୍ସବ ପାଇଁ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦେବାଳଯ ଓ ନିର୍ଦ୍ଦିଷ୍ଟ ଅଞ୍ଚଳମାନଙ୍କରେ 144 ଧାରା ଲାଗୁ କରିଛନ୍ତି ଢେଙ୍କାନାଳ ଜିଲ୍ଲା ପ୍ରଶାସନ । ଏମିତିରେ ଲୋକେ ଅଧିକ ସତର୍କ ହେବେ କ’ଣ ଓଲଟା ବଜାରରେ ଜମୁଛି ଖଚାଖଚ ଭିଡ ।

raja preparation in dhenkanal, raja market in dhenkanal, dhenkanal latest news, restriction for raja in dhenkanal, ଢେଙ୍କାନାଳରେ ରଜ ପ୍ରସ୍ତୁତି, ଢେଙ୍କାନାଳ ରଜ ବଜାର, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ଢେଙ୍କାନାଳରେ ରଜ ପାଇଁ କଟକଣା
ଢେଙ୍କାନାଳ ରଜ ବଜାରରେ ଲୋକ ହାଉଜାଉ, ଜାରି ହେଲା 144

By

Published : Jun 13, 2020, 7:28 PM IST

Updated : Jun 13, 2020, 7:50 PM IST

ଢେଙ୍କାନାଳ: ରଜ ଉତ୍ସବ ପାଇଁ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦେବାଳୟ ଓ ନିର୍ଦ୍ଦିଷ୍ଟ ଅଞ୍ଚଳମାନଙ୍କରେ 144 ଧାରା ଲାଗୁ କରିଛନ୍ତି ଢେଙ୍କାନାଳ ଜିଲ୍ଲା ପ୍ରଶାସନ । ଏମିତିରେ ଲୋକେ ଅଧିକ ସତର୍କ ହେବେ କ’ଣ ଓଲଟା ବଜାରରେ ଜମୁଛି ଖଚାଖଚ ଭିଡ । ନୂଆ କପଡା କିଣିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ କିଣିବା ଆଳରେ ଲୋକେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଦେଖିବାକୁ ମିଳିଛି ।

ଢେଙ୍କାନାଳ ରଜ ବଜାରରେ ଲୋକ ହାଉଜାଉ, ଜାରି ହେଲା 144

ସୂଚନା ଅନୁଯାୟୀ ରଜ ଭିଡକୁ ନଜରରେ ରଖି ସହରର ବିଭିନ୍ନ ସ୍ଥାରେ 4 ଦିନ ପାଇଁ 144 ଧାରା ଲାଗୁ କରିଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ । ହେଲେ ପ୍ରଶାସନର କଟକଣାକୁ ଆଖି ଠାର ମାରିବା ପରି ସହରର ବିଭିନ୍ନ ସପିଂ ମଲ ଓ ଶୋ ରୁମମାନଙ୍କରେ ଦେଖିବାକୁ ମିଳିଛି ଲୋକଙ୍କ ପ୍ରବଳ ଭିଡ । ଏମିତିରେ ବଳି ପଡିଯାଉଛି ସାମାଜିକ ଦୂରତା ନିୟମ । ଦୋକାନରେ ପ୍ରବେଶ ପୂର୍ବରୁ ସାନିଟାଇଜ କରିବାର ନିୟମ ରହିଥିବା ବେଳେ ଏହି ନିୟମକୁ ବେଖାତିର କରି ଲୋକେ ଦଳ ଦଳ ହୋଇ ଭିଡ ଜମାଉଥିବା ଦେଖାଯାଉଛି ।

ଏମିତିରେ ଜିଲ୍ଲା ପ୍ରଶାସନକୁ ଅଧିକ କଠୋର ହେବାର ଆବଶ୍ୟକତା ରହିଥିବା ଅନେକ ନାଗରିକ ଚିନ୍ତା ପ୍ରକଟ କରି କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Jun 13, 2020, 7:50 PM IST

ABOUT THE AUTHOR

...view details