ଢେଙ୍କାନାଳ: କୋରୋନା ଦ୍ବିତୀୟ ଲହର କୋପରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର 14ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ହେଲେ ଢେଙ୍କାନାଳ ଜିଲ୍ଲା ଭୁବନରେ ଲକଡାଉନ ନିୟମକୁ ଫୁ କରିଛନ୍ତି ଅଞ୍ଚଳବାସୀ । ପରିବା ବଜାରରେ ଲୋକଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।
ଲକଡାଉନ ପାଇଁ ବିଭିନ୍ନ ଛକରେ ପୋଲିସ କଡାକଡି ଚେକିଂ କରିଛି । ମାତ୍ର ପରିବା ବଜାରରେ ଭିଡକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ । ଫଳ ପରିବା ଦୋକନରେ ଲୋକଙ୍କର ବେଶ ଭିଡ ଦେଖିବାକୁ ମିଳିଛି । ବଜାରରେ ଏପରି ଭିଡ ସଂକ୍ରମଣ ବଢିବ ନେଇ ଆଶଙ୍କା ସୃଷ୍ଟି କରିଛି ।