ଓଡିଶା

odisha

ETV Bharat / state

କରୋନା ସଚେତନତା ନେଇ ତହସିଲଦାରଙ୍କୁ ଅଞ୍ଚଳବାସୀଙ୍କ ଦାବିପତ୍ର - କରୋନା ସଚେତନତା ପାଇଁ ତହସିଲଦାରଙ୍କୁ ଅଞ୍ଚଳବାସୀଙ୍କ ଦାବିପତ୍ର

କରୋନାର ଦ୍ବିତୀୟ ଲହର ଦିନକୁ ଦିନ ଅଣାୟତଃ ହେଉଛି । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ସଂକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ପ୍ରଶାସନ ତରଫରୁ ନିଷ୍କ୍ରିୟତା ଦେଖାଦେଇଛି । ଅଞ୍ଚଳରେ ସଚେତନତା କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଅଞ୍ଚଳବାସୀ। ଅଧିକ ପଢନ୍ତୁ...

କରୋନା ସଚେତନତା ପାଇଁ ତହସିଲଦାରଙ୍କୁ ଅଞ୍ଚଳବାସୀଙ୍କ ଦାବିପତ୍ର
କରୋନା ସଚେତନତା ପାଇଁ ତହସିଲଦାରଙ୍କୁ ଅଞ୍ଚଳବାସୀଙ୍କ ଦାବିପତ୍ର

By

Published : Apr 22, 2021, 5:12 PM IST

ଢେଙ୍କାନାଳ: କରୋନାର ଦ୍ବିତୀୟ ଲହର ଭୟଙ୍କର ରୂପ ନେଇଥିବାବେଳେ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନାର ଭୟାବହ ରୂପ ଦେଖିବାକୁ ମିଳିଛି । ଦ୍ବିତୀୟ ଲହରରେ ଭୁବନରୁ କରୋନା ଦୁଇ ଜଣଙ୍କ ଜୀବନ ନେଇଥିବାବେଳେ ପ୍ରଶାସନ ତରଫରୁ ନିଷ୍କ୍ରିୟତା ଦେଖାଦେଇଛି ।

କରୋନା ସଚେତନତା ପାଇଁ ତହସିଲଦାରଙ୍କୁ ଅଞ୍ଚଳବାସୀଙ୍କ ଦାବିପତ୍ର

ଫଳରେ ଅମାନିଆଙ୍କ ପ୍ରାଦୁର୍ଭାବ ବଢିବାରୁ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି । ପ୍ରଶାସନ ତରଫରୁ କରୋନାକୁ ନେଇ କୌଣସି ସଚେତନତା କରାଯାଉ ନାହିଁ । ସେଥିପାଇଁ ଆଜି ଅଞ୍ଚଳବାସୀ ସ୍ଥାନୀୟ ତହସିଲଦାରଙ୍କୁ ସଚେତନତା ଓ ସାନିଟାଇଜର କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details