ଢେଙ୍କାନାଳ: ରୋଗୀ ମୃତ୍ୟୁକୁ ନେଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚାପା ଉତ୍ତେଜନା । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସିଥିବା ଜଣେ ଯୁବକକୁ ଚିକିତ୍ସାରେ ଅବହେଳାକୁ ନେଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।
ତେବେ ଟାଉନ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି । ମୃତକ ଯୁବକ ଜଣଙ୍କ ସ୍ଥାନୀୟ ଖମାର ସାହିର ନରେନ୍ଦ୍ର ନାୟକ । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।