ଢେଙ୍କାନାଳ: ଏନଏଚ-55ରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗସ୍ତ ହୋଇଛି । ନିଶା ନାମକ ଏହି ଘରୋଇ ବସଟି କଟକରୁ ଅନୁଗୋଳ ଏନଟିପିସି ଯାଉଥିବାବେଳେ ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଠିଆ ହୋଇଥିବା ଏକ ଟ୍ରକ ସହ ଧକ୍କା ହୋଇଛି । ଫଳରେ ଟ୍ରକ ଡ୍ରାଇଭର ଓ ବସର ଡ୍ରାଇଭର ଏବଂ ହେଲପର ଆହତ ହୋଇଛନ୍ତି ।
ଯାତ୍ରୀବାହୀ ବସ-ଟ୍ରକ ଧକ୍କା, ୩ ଆହତ - ଯାତ୍ରୀବାହୀ ବସ ଓ ଟ୍ରକ ଧକ୍କା
ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ଧକ୍କା । ଢେଙ୍କାନାଳ ଏନଏଚ-55ର ମୋଟଙ୍ଗା ନିମବାହାଳି ଛକରେ ଘଟିଛି ଏହି ଦୁର୍ଘଟଣା । କଟକରୁ ଅନୁଗୋଳ ଏନଟିପିସି ଯାଉଥିବା ନିଶା ନାମକ ଘରୋଇ ଯାତ୍ରୀବାହୀ ବସ ଦୁୁର୍ଘଟଣାଗସ୍ତ । ଦୁର୍ଘଟଣାରେ ଉଭୟ ଗାଡିର ଡ୍ରାଇଭର ଓ ବସ ହେଲପର ଆହତ । ଅଧିକ ପଢନ୍ତୁ...

ଯାତ୍ରୀବାହୀ ବସ ଓ ଟ୍ରକ ଧକ୍କା, ୩ଆହତ
ତେବେ ବସର ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ସ୍ଥାନୀୟ ମୋଟଙ୍ଗା ପୋଲିସ ପହଞ୍ଚି ଆହତ ତିନି ଜଣଙ୍କୁ ସ୍ଥାନୀୟ ମେରମୁଣ୍ଡଳୀ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭର ଗୁରୁତର ହୋଇଥିବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ