ଓଡିଶା

odisha

ETV Bharat / state

ଗର୍ଭବତୀ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ - ଢେଙ୍କାନାଳ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା

ସ୍ବାମୀର ଟାଙ୍ଗିଆ ଚୋଟରେ ଗର୍ଭବତୀ ପତ୍ନୀର ମୃତ୍ୟୁ । ପରଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ଼ ଫାଣ୍ଡିର ପଙ୍ଗାତିରା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।  ଅଧିକ ପଢନ୍ତୁ...

parjanga-pangatira-wife-murder-accused-absconded
ଫଟୋ ସୌଜନ୍ୟ: ସମ୍ବାଦଦାତା,ଢେଙ୍କାନାଳ

By

Published : Jan 7, 2020, 1:06 PM IST

ଢେଙ୍କାନାଳ: ସ୍ବାମୀଙ୍କ ଆମାନୁଷିକ କାଣ୍ଡ । ଗର୍ଭବତୀ ମହିଳାଙ୍କୁ ହତ୍ୟା। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଙ୍ଗାତିରା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ଅତି ବୀଭତ୍ସ ଭାବରେ ହତ୍ୟା କରିଛି ଆସାମୀ ।

ସୂଚନା ଅନୁଯାୟୀ ପରଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ଼ ଫାଣ୍ଡିର ପଙ୍ଗାତିରା ଗ୍ରାମର ମୃତ ମହିଳା ଜଣକ ମୀତା ସାହୁ ବୋଲି ଜଣାପଡିଛି । ମିତା ଗତ ଦୁଇ ବର୍ଷ ପୂର୍ବେ ଲଳିତ ସାହୁଙ୍କୁ ବିବାହ କରିଥିଲା । କିନ୍ତୁ ବିବାହ ପରଠାରୁ ତାଙ୍କ ସ୍ବାମୀ ଲଳିତ ତାଙ୍କୁ ବିଭିନ୍ନ ନିର୍ଯାତନା ଦେଉଥିଲେ । ଗର୍ଭବତୀ ଥିବା ଯୋଗୁଁ ଗତ କିଛିଦିନ ହେଲା ମିତା ବାପା ଘରେ ରହୁଥିଲେ ।

ଗର୍ଭବତୀ ପତ୍ନୀଙ୍କୁ ଟାଙ୍ଗୀଆରେ ହାଣି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଫେରାର

ଗତକାଲି ଅର୍ଥାତ ସୋମବାର ମିତା ଓ ତାଙ୍କ ମା ଗେଲୁ ସାହୁ ଏକାଠି ଶୋଇଥିବାବେଳେ ବିଳମ୍ବିତ ରାତିରେ ପ୍ରାୟ ଗୋଟାଏ ସମୟରେ ଘରେ ପଶି ସ୍ବାମୀ ଲଳିତ ସାହୁ ଏକ ଟାଙ୍ଗିଆରେ ମିତାର ବେକକୁ ହାଣି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ ପାଖରେ ଶୋଇଥିବା ମା ମଧ୍ୟ ଆକ୍ରମଣରେ ସାମାନ୍ୟ ଆହତ ହୋଇଛନ୍ତି । ହତ୍ୟା ପରେ ଅଭିଯୁକ୍ତ ସ୍ବାମୀ ଲଳିତ ଟାଙ୍ଗିଆ ଧରି ଫେରାର ହୋଇଯାଇଛି ।

ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ ମିତାର ମା ଗେଲୁ ସାହୁଙ୍କ ଅଭିଯୋଗ କ୍ରମେ ପରଜଙ୍ଗ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଜଣେ ଗର୍ଭବତୀ ମହିଳାଙ୍କୁ ଖୋଦ ତାଙ୍କ ସ୍ବାମୀ ଏପରି ହତ୍ୟାକାଣ୍ଡ ଘଟାଇ ମାରିଦେବା ଘଟଣା ପରଜଙ୍ଗ ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details