ଓଡିଶା

odisha

By

Published : Jan 8, 2022, 10:29 PM IST

ETV Bharat / state

ଧାନ ମଣ୍ଡିରେ ମିଲରର ମନମାନିକୁ ବିରୋଧ, କଟକ-ସମ୍ବଲପୁର ରାସ୍ତାକୁ ଅବରୋଧ କଲେ ଚାଷୀ

ଢେଙ୍କାନାଳ ଜିଲ୍ଲା ଭାପୁର ଧାନ ମଣ୍ଡି ସମ୍ମୁଖରେ ଧାନ ବସ୍ତା ଥୋଇ ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ତିନି ଘଣ୍ଟା ଧରି ଅବରୋଧ କଲେ ଚାଷୀ । ଧାନ ମଣ୍ଡିରେ କଟନୀ ଛଟନୀକୁ ନେଇ ଉତ୍ତେଜନା । ଅଧିକ ପଢନ୍ତୁ

ଧାନ ମଣ୍ଡିରେ ମିଲରର ମାନମାନି ନେଇ ଉତ୍ତେଜନା
ଧାନ ମଣ୍ଡିରେ ମିଲରର ମାନମାନି ନେଇ ଉତ୍ତେଜନା

ଢେଙ୍କାନାଳ: ଜିଲ୍ଲା ଭାପୁର ଧାନ ମଣ୍ଡି ସମ୍ମୁଖରେ ଧାନ ବସ୍ତା ଥୋଇ ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ତିନି ଘଣ୍ଟା ଧରି ଅବରୋଧ କଲେ ଚାଷୀ । ଧାନ ମଣ୍ଡିରେ କଟନୀ ଛଟନୀକୁ ନେଇ ଉତ୍ତେଜନା । ଏପରିକି ଧାନବସ୍ତା ଥୋଇ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଯାହାକୁ ନେଇ ଧାନ ମଣ୍ଡି ଅଚଳ ହୋଇ ପଡ଼ିଥିବାବେଳେ ସେପଟେ ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଲୋକେ ମଧ୍ୟ ହନ୍ତସନ୍ତ ହୋଇଛନ୍ତି ।

ଧାନ ମଣ୍ଡିରେ ମିଲରର ମାନମାନି ନେଇ ଉତ୍ତେଜନା

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭାପୁର ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା । ଆଜି ଏହି ଭାପୁର ଅଞ୍ଚଳରେ ୪ଟି ମଣ୍ଡି ବଦଳରେ ମାତ୍ର ଗୋଟିଏ ମଣ୍ଡି ଆରମ୍ଭ ହୋଇଥିଲା । ତେବେ ଏହି ଭାପୁର ମଣ୍ଡିରୁ ଧାନ ନେବାପାଇଁ ନିୟୋଜିତ ମିଲର ଓ ସମବାୟ ସମିତି ସମ୍ପାଦକଙ୍କ ସଲାସୁତୁରାରେ କୁଇଣ୍ଟାଲରେ ଚାରି ପାଞ୍ଚ କିଲୋଗ୍ରାମ କାଟିବା ସହ ଓ ଧାନ ବସ୍ତା ଦେବାକୁ ମିଲର ମନା କରିଥିଲେ । ଯାହାକୁ ନେଇ ଧାନ ଦେବାକୁ ଆସିଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ରାଇସ ମିଲର ଏପରି ମନମାନି ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ । ଫଳରେ ଉତ୍ତ୍ୟକ୍ତ ଚାଷୀମାନେ ଧାନବସ୍ତାକୁ ଭାପୁର ପଞ୍ଚାୟତ ତଥା ମଣ୍ଡି ସମ୍ମୁଖ ରାସ୍ତାରେ ଥୋଇ ଅବରୋଧ କରିଥିଲେ ।

ରାସ୍ତା ଅବରୋଧ ଯୋଗୁଁ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ଯୋଗାଣ ବିଭାଗ କର୍ମଚାରୀଙ୍କ ମାଧ୍ୟମରେ ଚାଷୀ ମାନଙ୍କୁ ବୁଝାସୁଝା ପରେ ଦୀର୍ଘ ତିନି ଘଣ୍ଟା ପରେ ଆନ୍ଦୋଳନରୁ ହଟିଥିଲେ ଚାଷୀ । ପରେ ଯୋଗାଣ ବିଭାଗ ନିରୀକ୍ଷକଙ୍କ ଉପସ୍ଥିତିରେ ପୁଣି ଧାନ କିଣା ଆରମ୍ଭ ହୋଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details