କାମାକ୍ଷାନଗର ଏନଏସିରେ ଝାଡାବାନ୍ତି ଆତଙ୍କ ଢେଙ୍କାନାଳ:ଜିଲ୍ଲା କାମାକ୍ଷାନଗର ଏନଏସିରେ ଝାଡାବାନ୍ତି ଆତଙ୍କ । ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି (Diarrhea Infection) । କାମାକ୍ଷାନଗର ଏନଏସି 14 ନମ୍ବର ୱାର୍ଡରେ ପୁରୁଣା ରେକୁଳା ଗାଁରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । 150ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ ୧୦ ଜଣଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଦୂଷିତ ପାନୀୟ ଜଳ ପାଇଁ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଏଯାଏଁ କୌଣସି ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ନଥିବା ଖବର ମିଳିଛି ।
ଏହା ବି ପଢନ୍ତୁ....ସ୍ୱାମୀର ପରକିୟା ପ୍ରୀତିକୁ ନେଇ ଦୁଇ ମହିଳାଙ୍କ ଡ୍ରାମା
ଜିଲ୍ଲା କାମାକ୍ଷାନଗର NAC ୧୪ ନଂ ଓ୍ବାର୍ଡ ପୁରୁଣା ରେକୁଳା ଗାଁରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ । 100ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏବେ 10ଜଣ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଗାଁକୁ ରାମିଆଳ ନଦୀରୁ ପାଇପ ଯୋଗେ ଆସୁଥିବା ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଏହି ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଡାକ୍ତର ମଧ୍ୟ ଦୂଷିତ ପାନୀୟ ଜଳ ଓ ଖାଦ୍ୟ କାରଣରୁ ଏହି ଡାଇରିଆ ବ୍ୟାପିଥିବା କହିଛନ୍ତି । ଗାଁ 65 ଭାଗ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ଡାଇରିଆ ଆକ୍ରାନ୍ତଙ୍କ ତରଳ ଝାଡା ହେବା ସହ ପେଟକାଟା ସମସ୍ୟା ଦେଖିବାକୁ ମିଳିଛି । ଗ୍ରାମବାସୀ ଏକ ପ୍ରକାର ଭୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗାଁକୁ ତୁରନ୍ତ ଡାକ୍ତରୀ ଟିମ୍ ପହଞ୍ଚି ସମସ୍ତଙ୍କ ସ୍ବାସ୍ଥ୍ୟ ଚିକିତ୍ସା କରିବା ସହ ଝାଡ଼ାବାନ୍ତି ବ୍ୟାପିବାର ପ୍ରକୃତ କାରଣ କଣ ଓ ଏହାର ପ୍ରତିକାର କରିବା ପାଇଁ ଦାବି କରିଛନ୍ତି ।
ଇଟିଭି ଭାରତ, ଢେଙ୍କାନାଳ