ଓଡିଶା

odisha

ETV Bharat / state

2 ଦିନ ବନ୍ଦ କାମାକ୍ଷାନଗର ହସ୍ପିଟାଲର ଆଉଟଡୋର୍ ସେବା - କାମାକ୍ଷାନଗର ହସ୍ପିଟାଲର ଆଉଟଡୋର୍ ସେବା

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବର୍ହିବିଭାଗକୁ 2 ଦିନ ପାଇଁ ବନ୍ଦ କରାଯାଇଛି । 9 ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ବନ୍ଦ ଘୋଷଣା ।

କାମାକ୍ଷାନଗର ହସ୍ପିଟାଲର ଆଉଟଡୋର୍ ସେବା
କାମାକ୍ଷାନଗର ହସ୍ପିଟାଲର ଆଉଟଡୋର୍ ସେବା

By

Published : Sep 30, 2020, 5:58 PM IST

ଢେଙ୍କାନାଳ: କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବର୍ହିବିଭାଗକୁ 2 ଦିନ ପାଇଁ ବନ୍ଦ କରାଯାଇଛି । ଦୁଇ ଦିନିଆ ସଟଡାଉନ୍ ଘୋଷଣା କାରଣରୁ ଏହି ବନ୍ଦ ଘୋଷଣା କରିଛନ୍ତି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ।

ମଙ୍ଗଳବାର ହସ୍ପିଟାଲ ତରଫରୁ ସମସ୍ତ କର୍ମଚାରୀଙ୍କ କୋରୋନା ପରୀକ୍ଷା କରାଯାଇଥିଲା। ଏଥିରେ 9 ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ଉପଖଣ୍ଡ ଚିକିତ୍ସାଳୟକୁ ବୁଧବାର ଓ ଗୁରୁବାର 2 ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି। ଫଳରେ ଏହି ଦୁଇଦିନ ଆଉଟ ଡୋର୍ ସେବା ବନ୍ଦ ରହିଛି।

କାମାକ୍ଷାନଗର ହସ୍ପିଟାଲର ଆଉଟଡୋର୍ ସେବା

ଏହି ସମୟରେ ଜରୁରିକାଳୀନ ସେବା ଜାରିରହିବ। ପୂର୍ବରୁ ମଧ୍ୟ 4 ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ମୋଟ 13 ଜଣ ମେଡିକାଲ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details