ଓଡିଶା

odisha

ଢେଙ୍କାନାଳ ଦୋଳଯାତ୍ରାରେ ଗୁଳିମାଡ, ଯୁବକ ମୃତ

By

Published : Mar 14, 2020, 4:48 AM IST

Updated : Mar 14, 2020, 10:53 PM IST

ପୋଲିସ ଉପସ୍ଥିତିରେ ଗୁଳିମାଡ, ଗାଁ ଲୋକଙ୍କ ରାସ୍ତା ଅବରୋଧ
ଢେଙ୍କାନାଳ ଦୋଳଯାତ୍ରାରେ ଗୁଳିମାଡ

21:15 March 14

ପୋଲିସ ଉପସ୍ଥିତିରେ କନେଷ୍ଟବଳଙ୍କୁ ଗୁଳିମାଡ, ଗାଁ ଲୋକଙ୍କ ରାସ୍ତା ଅବରୋଧ

ପଞ୍ଚୁଦୋଳ ପାଇଁ ଗାଁ ଥିଲା ଉତ୍ସବ ମୁଖର । ମାତ୍ର ଯାତ୍ରା ପଡିଆରେ ଗର୍ଜି ଉଠିଲା ଗାଁ ସଭାପତିଙ୍କ ବନ୍ଧୁକ । ଘଟଣାସ୍ଥଳରେ ଟଳିପଡିଲେ ଜଣେ ପୋଲିସ କନେଷ୍ଟବଳ । ପୋଲିସ ଉପସ୍ଥିତିରେ ଏହି ଗୁଳିକାଣ୍ଡ ନେଇ ସ୍ତବ୍ଧ ହୋଇଯାଇଛି ସାରା ଗାଁ ।  

ଏହି ଗୁଳିକାଣ୍ଡରେ ମୃତ୍ୟୁ ଘଟିଥିବା ପୋଲିସ କନଷ୍ଟେବଳ ରାମଚନ୍ଦ୍ର ସାହୁଙ୍କ ମୃତଦେହ କଟକରୁ ବ୍ୟବଚ୍ଛେଦ ପରେ ଶନିବାର ଅପରାହ୍ନରେ ଗ୍ରାମ ଚଉଳିଆରେ ପହଞ୍ଚିଥିଲା । ତେବେ ରାମଚନ୍ଦ୍ରଙ୍କ ହତ୍ୟା ଅଭିଯୁକ୍ତ ଗାଁ ସଭାପତି ଶ୍ରୀକାନ୍ତ ସାହୁଙ୍କୁ ଗିରଫ ଦାବିରେ ଗ୍ରାମବାସୀମାନେ ରାସ୍ତାକୁ ଓହ୍ଲାଇଥିଲେ । ରାମଚନ୍ଦ୍ରଙ୍କ ମୃତଦେହକୁ ଖମାର ଛକରେ ରାସ୍ତାରେ ରଖି ଢେଙ୍କାନାଳ ବଣସିଙ୍ଗ ମୁଖ୍ୟରାସ୍ତାକୁ ଅବରୋଧ କରି ଅଡିବସିଥିଲେ । ଫଳରେ ସାଧାରଣ ଯାତାୟତ ଠପ୍‌ ହୋଇ ଉତ୍ତେଜନା ବଢିଥିଲା ।  

ପରେ ପୋଲିସ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଏସପି ପହଞ୍ଚି ତୁରନ୍ତ ଗିରଫ ପାଇଁ ପ୍ରତିଶୃତି ଦେବାରୁ ଅବରୋଧ ହଟିଥିଲା ।  

20:09 March 14

ପୋଲିସ ଉପସ୍ଥିତିରେ ଗୁଳିମାଡ, ଟଳିଲେ କନେଷ୍ଟେବଳ

ପୋଲିସ ଉପସ୍ଥିତିରେ ଗୁଳିମାଡ, ଟଳିଲେ କନେଷ୍ଟେବଳ

ଢେଙ୍କାନାଳ: ପଞ୍ଚୁଦୋଳ ପାଇଁ ଗାଁ ଥିଲା ଉତ୍ସବ ମୁଖର । ମାତ୍ର ଯାତ୍ରା ପଡିଆରେ ଗର୍ଜି ଉଠିଲା ଗାଁ ସଭାପତିଙ୍କ ବନ୍ଧୁକ । ଘଟଣାସ୍ଥଳରେ ଟଳିପଡିଲେ ଜଣେ ପୋଲିସ କନେଷ୍ଟେବଳ ।  ପୋଲିସ ଉପସ୍ଥିତିରେ ଏହି ଗୁଳିକାଣ୍ଡ ନେଇ ସ୍ତବ୍ଧ ହୋଇଯାଇଛି ସାରା ଗାଁ ।  

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ପୋଲିସ କନେଷ୍ଟେବଳକୁ କଟକ ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ଘଟିଛି । ତେବେ ଶୁକ୍ରବାର ରାତିରେ ପୋଲିସ ଉପସ୍ଥିତିରେ ଯାତ୍ରା ପଡିଆରେ ଗାଁ ସଭାପତି ଶ୍ରୀକାନ୍ତ ସାହୁ ସଂପାଦକ ବିକ୍ରମ ଦାସଙ୍କ ଉପସ୍ଥିତିରେ ଏହି ଗୁଳିମାଡ କରିଥିବା  ମୃତ ପୋଲିସ କନେଷ୍ଟବଳଙ୍କ  ଭାଇ ଅଭିଯୋଗ କରିଛନ୍ତି ।

ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ । ମୃତ ରାମଚନ୍ଦ୍ର ସାହୁ  ଓଡିଶା ପୋଲିସର ଆଇଆରବି ବାଟାଲିୟନର ଭୁବନେଶ୍ବରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ । ତେବେ ଯାତ୍ରାକୁ ଆସିଥିବା ପୋଲିସବାବୁଙ୍କ ଖାଇବାକୁ ନେଇ ଏହି ଗୁଳିକାଣ୍ଡର ସୂତ୍ରପାତ ବୋଲି କୁହାଯାଉଛି ।  

03:55 March 14

ଗୁଳିମାଡରେ ଜଣେ ଯୁବକ ମୃତ

ଦୋଳଯାତ୍ରାରେ ଗୁଳିମାଡ

ଗାଁ ସଭାପତି ଶ୍ରୀକାନ୍ତ ସାହୁ ତାଙ୍କ ବଡଭାଇଙ୍କୁ ମାଡ ମାରିବାରୁ ପ୍ରତିବାଦ କରିଥିଲେ ରାମଚନ୍ଦ୍ର । ଏଥିରେ ଉତକ୍ଷିପ୍ତ ହୋଇ ଶ୍ରୀକାନ୍ତ ରାମଚନ୍ଦ୍ରଙ୍କୁ ଗୁଳିମାଡ କରି ଫେରାର ହୋଇଛି । ଘଟଣାସ୍ଥଳକୁ ଢେଙ୍କାନାଳ ଏସପି  ପୋଲିସ ଫୋର୍ସ ସହ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି ।

ବାପା କାଳନ୍ଦିଙ୍କ ମୃତ୍ୟୁର ମାତ୍ର ବର୍ଷେ ପୁରିନଥିବା ବେଳେ ଏପଟେ ପୁଅ ରାମଚନ୍ଦ୍ରର ଏପରି ହତ୍ୟାରେ ସଂପୂର୍ଣ୍ଣ ପରିବାର ଭାଙ୍ଗିପଡିଛି । ମୃତ ରାମଚନ୍ଦ୍ରଙ୍କର ୫ ବର୍ଷ ଓ ୮ ମାସର ଝିଅପୁଅ ରହିଥିବା ବେଳେ  ହତ୍ୟାାକାରୀ ଶ୍ରୀକାନ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ପରିବାର ।

ଏହି ଘଟଣା ପରେ ଚାଉଳିଆରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଡେରା ପକାଇଛି । ପୋଲିସ ଉପସ୍ଥିତିରେ ଗୁଳିମାଡ କରି ଜଣେ ପୋଲିସ କନେଷ୍ଟବଲଙ୍କୁ ଏପରି ହତ୍ୟାପରେ ଅଭିଯୁକ୍ତ ଖୋଦ ଗାଁ ସଭାପତି ଖସି ପଳାଇବା ଘଟଣାପରେ ସଂପୂର୍ଣ୍ଣ ଗାଁ ସ୍ତବ୍ଧ ହୋଇଯାଇଛି ।  

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Mar 14, 2020, 10:53 PM IST

ABOUT THE AUTHOR

...view details