ଓଡିଶା

odisha

କ୍ଷୀର ଆଣିବାକୁ ଯାଇଥିଲେ, ଜୀବନ ନେଲା ପଥର ବୋଝେଇ ଟ୍ରକ

By ETV Bharat Odisha Team

Published : Dec 18, 2023, 4:09 PM IST

Truck accident: ସପ୍ତଶଯ୍ୟା ଅଞ୍ଚଳରେ ଦିନକୁ ଦିନ ବିଢି ଚାଲିଛି ବେଆଇନ ପଥର ଚାଲାଣ । ଧକ୍କା ଦେଲା ପଥର ବୋଝେଇ ଗାଡ଼ି ଜଣେ ମୃତ । ମୁଖ୍ୟ ରାସ୍ତାକୁ କଲେ ଅବରୋଧ ଉତ୍ୟକ୍ତ ଲୋକେ ।ଅଧିକ ପଢନ୍ତୁ

ବେଆଇନ ପଥର ଚାଲାଣ ନେଲା ଜୀବନ, ମାଡ଼ିଗଲା ପଥର ବୋଝେଇ ଟ୍ରକ
ବେଆଇନ ପଥର ଚାଲାଣ ନେଲା ଜୀବନ, ମାଡ଼ିଗଲା ପଥର ବୋଝେଇ ଟ୍ରକ

ବେଆଇନ ପଥର ଚାଲାଣ ନେଲା ଜୀବନ, ମାଡ଼ିଗଲା ପଥର ବୋଝେଇ ଟ୍ରକ

ଢେଙ୍କାନାଳ: ମାଡ଼ିଗଲା ପଥର ବୋଝେଇ ଟ୍ରକ ଜଣେ ମୃତ । ଆଜି ସପ୍ତଶଯ୍ୟା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ମୃତକ ଜଣକ ହେଲେ କୈଳାଶ କାଞ୍ଜିଆ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପୋଲିସ ଖବର ପାଇଁ ଘଟଣା ସ୍ଥଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସପ୍ତଶଯ୍ୟା ଅଞ୍ଚଳରେ ଦିନକୁ ଦିନ ଏଭଳି ଦୁର୍ଘଟଣା ଘଟୁଥିବାରୁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

ସୂଚନା ଯୋଗ୍ୟ କମନିଙ୍ଗ ଗ୍ରାମର କୈଳାଶ କାଞ୍ଜିଆ ନାମକ ଜଣେ ବ୍ୟକ୍ତି କ୍ଷୀର ନେଇ ଘରକୁ ଫେରୁଥିବାବେଳେ ଏକ ପଥର ବୋଝେଇ ଟ୍ରକ ଦ୍ରୁତ ବେଗରେ ଆସି ତାଙ୍କ ଉପରେ ମାଡି ଯାଇଥିଲା । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁୁ କ୍ଷତି ପୂରଣ ଦାବିରେ ଢେଙ୍କାନାଳ ଶଙ୍କର ପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ମିଳିବା ପ୍ରତିଶୃତି ଦେବାପରେ ରାସ୍ତାରୁ ଅବରୋଧ ହଟିଥଲା । ପୋଲିସ ଦୁର୍ଘଟଣା ଘଟିଥିବା ପଥର ବୋଝେଇ ଟ୍ରକକୁ ଜବତ କରିଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ ....ସୁନ୍ଦରଗଡ଼ ଦୁର୍ଘଟଣା: 3 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସଦର ବ୍ଲକ ସପ୍ତଶଯ୍ୟା ଅଞ୍ଚଳରେ ବେଆଇନ ଭାବେ ମାଙ୍କଡ଼ା ପଥର ଖାଦାନ ସଂଖ୍ୟା ବଢିବାରେ ଲାଗିଛି । ସ୍ଥାନୀୟ ରାଜସ୍ୱ କର୍ମଚାରୀଙ୍କ ସଲସୁତରାରେ ଦୈନନ୍ଦିନ ଶହ ଶହ ସଂଖ୍ୟାରେ ପଥର ବୋଝେଇ ଗାଡି ବାହାରକୁ ଚୋରା ଚାଲାଣ କରାଯାଉଛି ବୋଲି ଅଭିଯୋଗ ହୁଏ । ଏପରିକି ରାତିରେ ଓ ଭୋର ସମୟରେ ଏହି ମାଙ୍କଡା ପଥର ଚୋରା ଚାଲାଣ ପାଇଁ ଟ୍ରକ ଗୁଡିକ ଦ୍ରୁତ ବେଗରେ ଯାତାୟତ କରୁଛନ୍ତି । ଫଳରେ ସପ୍ତଶଯ୍ୟା, କମନିଙ୍ଗ, ମାଣିପୁର, ସଦେଇବେରେଣି , ପତ୍ରଭାଗ ଓ ପଦ୍ମନାଭ ପୁର ଆଦି ଗ୍ରାମବାସୀ ମାନେ ଅତିଷ୍ଠ ହୋଇପଡ଼ିଛନ୍ତି । ଟ୍ରକ ଗୁଡ଼ିକ ଦ୍ରୁତ ବେଗରେ ଯାତାୟତ କରୁଥିବାବେଳେ ଅନେକ ସମୟରେ ବହୁ ଦୁର୍ଘଟଣା ମଧ୍ୟ ଘଟୁଥିବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details