ଢେଙ୍କାନାଳ: ହାତରେ ଫୁଟିଗଲା ବାଣ । ଶୁକ୍ରବାର ବାହାଘର ବରଯାତ୍ରୀରେ ବାଣ ଫୁଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣଙ୍କ ଅନୁଗୁଳ ଜିଲ୍ଲା ଖମାର ଥାନା ଖୁଲାମୁଣ୍ଡା ଗ୍ରାମର ପଞ୍ଚାନନ ମହାକୁଡ ବୋଲି ଜଣାପଡିଛି ।
ହାତରେ ଫୁଟିଲା ବାଣ, ଯୁବକ ଗୁରୁତର - ହାତରେ ଫୁଟିଲା ବାଣ, ଯୁବକ ଗୁରୁତର
ଶୁକ୍ରବାର ବାହାଘର ବରଯାତ୍ରୀରେ ବାଣ ଫୁଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ହାତରେ ଫୁଟିଲା ବାଣ
ହାତରେ ଫୁଟିଲା ବାଣ
ସୂଚନା ଅନୁଯାୟୀ, ଢେଙ୍କାନାଳ ପରଜଙ୍ଗ ଥାନା କୁସୁମୁଣ୍ଡିଆ ଗ୍ରାମକୁ ଆସିଥିବା ବାହାଘର ବରଯାତ୍ରୀରେ ବାଣ ଫୁଟାଉଥିବାବେଳେ ପଞ୍ଚାନନଙ୍କ ହାତରେ ବାଣ ଫୁଟିଯାଇଥିଲା । ଫଳରେ ସେ ଗୁରୁତର ଆହତ ହୋଇ ପ୍ରଥମେ ମହାବିରରୋଡ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ