ଢେଙ୍କାନାଳ: ବାଇକ ଉପରେ ଚଢିଗଲା ଟ୍ରକ । ଆଖି ପିଛୁଳାକେ ଚାଲିଗଲା ଜୀବନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ହାତୀଲୁଚାଣି ଏନଏଚ-୫୩ ଛକ ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ମୃତକ ଜଣକ ହେଲେ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଆର୍ତ୍ତବନ୍ଧୁ ବିଶ୍ବାଳ ।
ସୂଚନାଅନୁସାରେ, ଆର୍ତ୍ତବନ୍ଧୁ ଜଣେ MCL କର୍ମଚାରୀ । ସବୁଦିନ ଭଳି ଆଜି ସେ ସକାଳୁ ବାଇକ ଯୋଗେ ତାଳଚେର MCLକୁ ଡ୍ୟୁଟିକୁ ଯାଉଥିଲେ । ପରଜଙ୍ଗ ଥାନା ଅନ୍ତର୍ଗତ NH ୫୩ ହାତିଲୁଚାଣି ଛକ ନିକଟରେ ପଛପଟୁ ତାଙ୍କ ବାଇକ ଉପରେ ଏକ ଟ୍ରକ ଚଢିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଆର୍ତବନ୍ଧୁଙ୍କ ମୃତଦେହ ଖଣ୍ଡ ବିଖଣ୍ତିତ ହୋଇଯାଇଛି ।