ଢେଙ୍କାନାଳ: ଜିଲ୍ଲାର ହିନ୍ଦୋଳ କର୍ଣ୍ଣପୁର ନିକଟରେ ଗୋଟିଏ ବିଦ୍ୟୁତ ଖୁଣ୍ଟରେ କାଟ ପିଟି ହେବା ଫଳରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣ ଗୁରୁତର ଅଛନ୍ତି ।
ସୂଚନାଅନୁସାରେ, ନୟାଗଡ ପାଣିପାଇଲା ଗ୍ରାମର ଗୌରାଙ୍ଗ ଭୋଳ ନାମକ ଜଣେ ବୃଦ୍ଧ ଓ ତାଙ୍କ ନାତି ଗୁରୁବାର ସକାଳୁ ଅନୁଗୋଳ ଅଭିମୁଖେ ଯାଉଥିଲେ । କାରଟି ଖୁବ ଦ୍ରୁତ ଗତିରେ ଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଗୋଟିଏ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଯାଇଥିଲା । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଦମକଳ ବାହିନୀ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନରେ ଭର୍ତ୍ତି କରିିଥିଲେ ।