ଢେଙ୍କାନାଳ:ଜିଲ୍ଲା ମୋଟଙ୍ଗା ଥାନା ବଳରାମ ପ୍ରସାଦରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ଜଣଙ୍କୁ ଅଟକ ରଖି ମୋଟଙ୍ଗା ପୋଲିସ ପଚରାଉଚରା ଜାରି ରଖିଛି । ବ୍ୟକ୍ତିଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ମୃତକ ବଳରାମ ପ୍ରସାଦ ଗ୍ରାମ ରଗଡି ସାହିର ହରେକୃଷ୍ଣ ଜେନା ବୋଲି ଜଣାପଡ଼ିଛି ।
ଗତକାଲି(ସୋମବାର) ବିଳମ୍ବିତ ରାତିରେ ହରେକୃଷ୍ଣ ଘର ବାହାରେ ଶୋଇଥିବା ତାଙ୍କୁ ଆକ୍ରମଣ କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନିଆଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ପଞ୍ଚାୟତ ନିର୍ବାଚନରୁ ସେହି ଗ୍ରାମର ତୁଷାରକାନ୍ତ ମହାପାତ୍ରଙ୍କ ହରେକୃଷ୍ଣଙ୍କ ପ୍ରବଳ ବିବାଦ ଲାଗି ରହିଥିଲା । ଏଥିରେ ରାଗ ରଖି ତୁଷାରକାନ୍ତ ହରେକୃଷ୍ଣଙ୍କୁ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।