ଢେଙ୍କାନାଳ:ଗାଈ ଖୋଜିବାକୁ ଯାଇ ଚାଲିଗଲା ପ୍ରାଣ । ଗାଈ ଖୋଜିବା ସମୟରେ ହାତୀ କଚାଡି ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଦିନକ ପରେ ମୃତଦେହକୁ ଜଙ୍ଗଲ ଭିତରୁ ଠାବ କରିଛନ୍ତି ଗ୍ରାମବାସୀ ।
ଢେଙ୍କାନାଳ ଜିଲ୍ଲା ଷଢଙ୍ଗୀ ବନାଞ୍ଚଳ ଅନ୍ତର୍ଗତ କରମୂଳ ଜଙ୍ଗଲରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ହେଲେ କରମୂଳ ଗ୍ରାମର ରାଜେନ୍ଦ୍ର ମଲ୍ଲିକ । ତେବେ ମଙ୍ଗଳବାର ଅପରାହ୍ନରେ ରାଜେନ୍ଦ୍ର ଗାଈ ଖୋଜିବାକୁ କରମୂଳ ପାଖ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ ।