ଢେଙ୍କାନାଳ: ବାଇକକୁ ଧକ୍କା ଦେଲା ହାଇୱା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡିର କୁତୁରିଆ ନିକଟରେ ।
ବାଇକକୁ ଧକ୍କା ଦେଲା ହାଇଓ୍ବା ତେବେ ମୃତକଙ୍କ ନାମ କମଳ ହାତୀ ଓ ଗୁରୁତର ହେଲେ ମୁରଲିଧର ସାହୁ। ଉଭୟ ମହାବିରରୋଡ କଲେଜର କର୍ମଚାରୀ ବୋଲି ଜଣାପଡିଛି। ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ବାଇକକୁ ଧକ୍କା ଦେଲା ହାଇଓ୍ବା ଏପଟେ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଡ୍ରାଇଭରକୁ କାବୁ କରିନେଇଛନ୍ତି ସ୍ଥାନୀୟ ଲୋକେ । ଏନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ମହାବିରୋଡ଼ ଫାଣ୍ଡି ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭରକୁ ଲୋକଙ୍କ କବଳରୁ ଉଦ୍ଧାର କରି ହେପାଜତକୁ ନେଇଥିଲେ। ପରେ ପରିସ୍ଥିତି ଶାନ୍ତ ପଡିଥିଲା । ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ